ମାଲକାନଗିରି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ:ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ

Apr 9, 2026 - 21:32
 0  12
ମାଲକାନଗିରି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ:ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ

ମାଲକାନଗିରି, ୦୯/୦୪/୨୬: ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଥିବା ଓଡ଼ିଆ ଭାଷା ପକ୍ଷର ନବମ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସ ବହିଟିଏ କିଣିବା ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ପୁସ୍ତକ ପଠନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯାନକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସମ୍ମୁଖରେ ଆୟୋଜିତ ଏହି ସ୍ୱତନ୍ତ୍ର ପୁସ୍ତକ ଷ୍ଟଲରେ ସ୍ଥାନୀୟ ବିକ୍ରେତା ରାମ କୃଷ୍ଣ ଚୌଧୁରୀଙ୍କ ଦ୍ୱାରା ବିଭିନ୍ନ ରୁଚିର ପୁସ୍ତକ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କହିଥିଲେ ଯେ, ପୁସ୍ତକ ହେଉଛି ଜ୍ଞାନର ଆଲୋକ ଏବଂ ଆମ ସଂସ୍କୃତିର ପ୍ରକୃତ ପ୍ରତିଫଳନ। ବିଶେଷ କରି ଛାତ୍ରଛାତ୍ରୀମାନେ ବହି ସହ ବନ୍ଧୁତା କଲେ ଏକ ସମୃଦ୍ଧ ସମାଜ ଗଠନ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଓ ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁସ୍ତକ କ୍ରୟ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ପ୍ରଶାସନର ଏହି ପଦକ୍ଷେପକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ନିଜ ପସନ୍ଦର ବହି କିଣିବା ସହ ପଠନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ