ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Jul 7, 2023 - 05:18
 0  96
ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଲାଞ୍ଜିଗଡ ( କୋରାପୁଟ ପ୍ରଥମ ଖବର)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଉପର ଦମା ଘାଟି ଠାରେ ଏକ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଲାଞ୍ଜିଗଡ ପୋଲିସ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ମୁନା ସିଂ ନାମକ ଏକ ଯୁବକ ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଉପର ଦମାଘାଟି ଠାରେ ବିଗତ ପନ୍ଦର ବର୍ଷ ରୁ ଉର୍ଦ୍ଧ ବର୍ଷ ଧରି ମଙ୍ଗଳବାରି ହରିଜନଙ୍କ ଘରେ ରହୁଥିଲା l ମଙ୍ଗଳବାରି ର ସ୍ୱାମୀ ଚେମୁ ହରିଜନ ମୁନା ସିଂ ନାମକ ବ୍ୟକ୍ତି କୁ ପୋଷ୍ୟ ଭାଇ ଭାବରେ ରଖିଥିଲେ l

୨୦୧୬ ମସିହାରେ ଚେମୁର ମୃତ୍ୟୁ ପରେ ମୁନା ସିଂ ସାଙ୍ଗରେ ମଙ୍ଗଳବାରି ରହୁଥିବା ଲୋକଙ୍କ କହିବା ସୂତ୍ରରୁ ଖବର ମିଳୁଛି l ମୁନା ସିଂ ବାଲେଶ୍ୱର ଯାଇ ଏକ ଇଟା ଭାଟିରେ କାମ କରୁଥିବା ବେଳେ ସେହି ସ୍ଥାନରେ ପାର୍ବତୀ ସିଂ ଙ୍କ ସହ ପ୍ରେମ ସମ୍ପର୍କ ଗାଡି ଉଠିଥିଲା ପରେ ବାଲେଶ୍ୱର ରୁ ମୁନା ସିଂ ପାର୍ବତୀ କୁ କେରଳ ନେଇଁ ଚାରି ମାସ କାମ କଲାପରେ ନିଜ ବାସସ୍ଥାନ ଉପର ଦମାଘାଟି କୁ ପାର୍ବତୀ ସହିତ ଆସିଥିଲେ l ଗ୍ରାମ ବାସୀଙ୍କ କହିବା ଅନୁସାରେ କୌଣସି କାରଣ ବସ୍ୱତ ସ୍ୱାମୀ ସ୍ତ୍ରୀ ପ୍ରତିଦିନ ପାଟି ତୁଣ୍ଡ ହେଉଥିଲା l

ପାଟି ତୁଣ୍ଡ ପରେ ପାର୍ବତୀ ୫.୭.୨୩. ତାରିଖ ବୁଧବାର ସଂନ୍ଧ୍ୟା ୪ଘଣ୍ଟା ସମୟରେ ଘରୁ ବାହାରି ଥିଲେ l ହେଲେ ଘରକୁ ନ ଫେରିବାରୁ ମୁନା ସିଂ ଖୋଜା ଖୋଜି କଲା ପରେ ନିକଟସ୍ଥ ପାହାଡ଼ ଝାରୀ ଗଛରେ ଝୁଲନ୍ତା ମୃତ୍ୟୁ ଦେହ ଦେଖି ଗ୍ରାମବସି ଙ୍କୁ ଜଣାଇଥିଲେ l ପରେ ଗ୍ରାମବାସୀ ବିଜେପୁର ପୋଲିସ କୁ ଜଣାଇଲା ପରେ ସକାଳୁ ବିଜେପୁର ଓ ଲାଞ୍ଜିଗଡ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ୍ୟୁ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠା ଯାଇଥିବା ସୂଚନା ମିଳିଛି l ଲାଞ୍ଜିଗଡ ପୋଲିସ କହିବା ଅନୁଯାଇ ପାର୍ବତୀ ସିଂ ର ଘର ଠିକଣା ଜଣା ପଡିପାରି ନ ଥିବାରୁ ବ୍ୟବଛେଦ ପରେ ଭବାନୀପାଟଣା କୁ ପଠାଯିବ ଆଉ ୭୨ଘଣ୍ଟା ରଖିଲା ପରେ ପାର୍ବତୀ ର ପରିବାର ଲୋକଙ୍କୁ ଖୁଜା ଯିବ ଯଦି ପରିଚୟ ନ ମିଳିଲା ତା ହେଲେ ଶବସତ୍କାର କରାଯିବ ବୋଲି ପୋଲିସ ପକ୍ଷରୁ ୟୁଡ଼ି କେସ ନମ୍ବର ୦୫ ଆଧାର ରେ ପାର୍ବତୀ ର ସ୍ୱାମୀ ମୁନା ସିଂ କୁ ଗିରଫ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

 ଲାଞ୍ଜିଗଡ ରୁ ସାଗର ହରିଜନ ଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ