।। ମନ୍ତ୍ରୀ ଙ୍କ ବାରିପଦା ରଥ ଯାତ୍ରା ପାଇଁ ସମିକ୍ଷା ।।

Jun 29, 2024 - 21:20
 0  12
।। ମନ୍ତ୍ରୀ ଙ୍କ ବାରିପଦା ରଥ ଯାତ୍ରା ପାଇଁ ସମିକ୍ଷା ।।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବାରିପଦା ରେ ଜଗନ୍ନାଥ ମନ୍ଦିର ଯାଇ ରଥଯାତ୍ରା ର ସମିକ୍ଷା କରିଛନ୍ତି। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ବୁଦ୍ଧିଜିବୀ, ମନ୍ଦିର ପୁରୋହିତ ଏବଂ ପ୍ରଶାସନ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି, ମୟୁରଭଞ୍ଜ ଜିଲ୍ଲାପାଳ, ପୋଲିସ ବିଭାଗ ଅଧିକାରୀ ଏବଂ ବାରିପଦା ପୈରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଉପସ୍ଥିତି ରେ ରଥଯାତ୍ରା ସମୟରେ କିଭଳି କୈାଣସି ବିଭ୍ରାଟ ନ ହୁଏ ସେ ନେଇ ତାଗିଦ୍ କରିଛନ୍ତି। ମନ୍ଦିର ସଫା ସୁତୁରା ରଖିବା , ପାନୀୟ ଜଳ ଅଧିକରୁ ଅଧିକ ବଣ୍ଟନ, ବଡ଼ଦାଣ୍ଡରେ ଥିବା ସମସ୍ତ ନାଳ ଗୁଡିକରେ ଯୁଦ୍ଧ କାଳୀନ ଭିତିରେ ସଫା କରିବା ବଡ଼ଦାଣ୍ଡରେ ଥିବା ବିଜୁଳି ଆଲୋକ ର ମରାମତି ଏବଂ। ହଜାର ହଜାର ଭକ୍ତ ଙ୍କ ସମାବେଶ କୁ ନଜର ରଖି କିଭଳି ସୁରକ୍ଷିତ ଭାବେ ଭକ୍ତ ଆସିବେ ଏବଂ ଫେରିବେ ସେ ନେଇ ମଧ୍ୟ ଆଲୋଚନା କରା ଯାଇଥିଲା। ମନ୍ଦିର ପୁଜକ ମାନେ ରଥଯାତ୍ରା ପାଇଁ ପାଣ୍ଠି ନିୟଣ୍ଟିଆ ହେଉଥିବା ଅଭିଯୋଗ ଆଣିଥିବା ବେଳେ ମନ୍ତ୍ରୀ ଏ ନେଇ ଯଥାଶୀଘ୍ର ବିଭାଗ ଏବଂ ସରକାରଙ୍କ ସହ ଆଲୋଚନା କରି ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ବାରିପଦା ମନ୍ଦିର ପରିସରରେ କିଛି ଅଳିଆ ଆବର୍ଜ୍ଜନା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ଏହା ସହ ପୈରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ନ ଥିବା ରୁ ଅସନ୍ତୋଷ ପ୍ରକାଶ କରିଛନ୍ତି, ମନ୍ତ୍ରୀ ପହଞ୍ଚିବା କିଛି ସମୟ ପରେ ଜିଲ୍ଲାପାଳ ଏବଂ ପୈରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପହଞ୍ଚି ମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି। ବାଇଟ -- ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାନ୍ୟବର ମନ୍ତ୍ରୀ ।

ମୟୂରଭଞ୍ଜ ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ