।ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ୨୦୨୩ ପ୍ରତାପପୂର ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରତପାପୂର ସ୍ଥାନରେ ଆଜି ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ର ଶୁଭାରମ୍ଭ ହେଇଛି। ଏଠାରେ ଫୁଲମାଳ ସହିତ ତମ୍ବୁ ଲଗେଇ ଷ୍ଟେଜ ଅତି ସୁନ୍ଦର ଭାବରେ ବିଦ୍ୟାଳୟ କୁ ସଜାଯାଇଛି। ଜୟପାଟଣା ବ୍ଳକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ତାଙ୍କର ବୈଜ୍ଞାନିକ ଟେକ୍ନୋଲୋଜି ପ୍ରଦର୍ଶନ କରିବା ପାଇଁ ଆସିଛନ୍ତି । ଏଠାରେ ହାଲୋ ଗ୍ରାମ, ସୋଲାର ସିଷ୍ଟମ୍, ବର୍ଷା ଜଳ ସଂରକ୍ଷଣ, ସୌର ଗୃହ, ଗଣିତ ସୁତ୍ର, ଏଭଳି ଅନେକ ପ୍ରକାରର ଉପକାରୀ ଜିନିଷର ଆମ ଦୈନ୍ୟନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅମୂଲ୍ୟ ସମ୍ପଦ ର ସଠିକ୍ ବ୍ୟବହାର ଏବଂ ସୁବିନିଯୋଗ ର ଶିକ୍ଷା ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରି ପରିବେଶ ତଥା ଦେଶର ଉନ୍ନତି ବିଷୟରେ ଲୋକଙ୍କ ପାଖକୁ ପ୍ରଦର୍ଶିତ କରିଛନ୍ତି । ଉପସ୍ଥିତ ଥିଲେ ପ୍ରତାପପୂର୍ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହ ଜୟପାଟଣା ବ୍ଳକ ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପ୍ରତାପ ପୁର ଗ୍ରାମର ଭଦ୍ରବ୍ୟକ୍ତି ଏବଂ ଭଦ୍ରମହିଳା । ଏଭଳି ଆୟଜନ ର ସୁଯୋଗ ଜୟପାଟଣା ବ୍ଳକ ର ପ୍ରତାପପୂର୍ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳି ପାରିଛି ବୋଲି ଗ୍ରାମବାସୀ ଧନ୍ୟମନେ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।
What's Your Reaction?






