।। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆପଡା ଜ଼ିଲ୍ଲା ସାଙ୍ଗଠନିକ କର୍ମକର୍ତା ସମ୍ମିଳନୀ ଅନୁଷ୍ଠିତ ।।

ନୂଆପଡା : ନୂଆପଡ଼ା ଜିଲ୍ଲାରେ ବିଜେଡିର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀଙ୍କ ବୈଠକ ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ସଂଗଠନକୁ ମଜଭୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା l ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି ଯେ ବିଜେଡି ସରକାର ଅମଳରେ ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ଅନେକ କାମ ହୋଇଛି । ଏହାକୁ ଆମର ଦଳୀୟ ନେତାମାନେ ଲୋକଙ୍କୁ ଜଣାଇବା ଦରକାର । ଲୋକଙ୍କ ଭଲ ପାଇବା ଆମ ସହ ଅଛି । ତେଣୁ ଲୋକଙ୍କ ସେବା ଜାରି ରଖ ଏବଂ ସଂଗଠନକୁ ମଜଭୁତ କରି ଏ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ । ବୈଠକରେ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଅଧୀରାଜ ପାଣିଗ୍ରାହୀ, ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଜୁ ଜନତା ଦଳ ଖରିଆର ରୋଡ ନଗର ଯୁବ ଛାତ୍ର ନେତା ମନୀଷ ଦେବାଙ୍ଗନ ଏହି ବୈଠକରେ ଉପସ୍ଥିତ ଥିବାବେଳେ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






