ବାରିପଦା ବ୍ଲକସ୍ତରୀୟ ଭାଷାଭିତ୍ତିକ କାର୍ଯ୍ୟକ୍ରମ "ଉଡାନ - ୩" ଅନୁଷ୍ଠିତ
ବାରିପଦା - ତା :-୩୦/୦୮/୨୬ ରିଖ ବାରିପଦା ବ୍ଲକ ଅନ୍ତର୍ଗତ ବାଙ୍କିଶୋଳ କ୍ଲଷ୍ଟରର କଇଁଫୁଲିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଭାଷାଭିତ୍ତିକ କାର୍ଯ୍ୟକ୍ରମ "ଉଡାନ - ୩" ଅନୁଷ୍ଠିତ ହୋଇଯାଇଛି I ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଅନୁଜା ମାଧୁରୀ ଦାସ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୌଳିକ ଭାଷାଜ୍ଞାନର ବିକାଶ କ୍ଷେତ୍ରରେ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ସୁକୁମାର ରାଉତ ଯୋଗଦେଇଥିଲେ I ୧୩ ଟି କ୍ଲଷ୍ଟରର ୧ମ ରୁ ୩ୟ ଶ୍ରେଣୀର ୧୩ ଜଣ କୃତୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା I ତର୍କରେ ଶରତ ଚନ୍ଦ୍ର ବିଦ୍ୟାପୀଠର ସମ୍ରାଟ ସେନାପତି ୧ମ, ବଡ଼ବିଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିବାନ୍ୟା ସିଂ ୨ୟ, ସ୍ୱରୂପବିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲଳିତ କୁମାର ପାତ୍ର ୩ୟ, କୁଇଜରେ ରାଜାବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଞ୍ଜୟ ହେମ୍ବ୍ରମ ୧ମ, ଏମ ଟି କେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୁଦ୍ର କୁମାର ପାତ୍ର ୨ୟ, ରାଧାରାଣୀ ଦୟାଭାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅପ୍ରିନ କାଦ୍ରୀ, ଶବ୍ଦଭଣ୍ଡାର ଓ ଚିତ୍ରାଙ୍କନରେ ବେତନା ଆଶ୍ରମ ସ୍କୁଲର ଅହଲ୍ୟା ସୋରେନ ୧ମ, ସ୍ନେହଲତା ମହାନ୍ତ ୨ୟ ଓ ବଡ଼ବିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିବାନ୍ୟା ସିଂ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ଉକ୍ତ କ୍ଲଷ୍ଟରର ସି ଆର ସି ସି ରାଜକିଶୋର ସେଠିଙ୍କ ସମେତ ସି ଆର ସି ସି ସୁଶୀଲ କୁମାର ପଣ୍ଡା, ଧନପତି ମିଶ୍ର, ଧନଞ୍ଜୟ ସାହୁ, ଭବାନୀ କୁମାର ସିଂହ, କନକଲତା ମାଝୀ, ଅଜୟ ସାହୁ, ପୂଜାରାଣୀ ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥାଗତ ବାରିକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0