।। ବାବା ସାହେବ ଙ୍କ ମୂର୍ତ୍ତି ସ୍ଥାପନ ଓ ଉଦ୍ଘାଟନ:ମୁରିବାହାଲ୍ ରେ ।।

Jun 26, 2024 - 22:30
 0  62
।। ବାବା ସାହେବ ଙ୍କ ମୂର୍ତ୍ତି ସ୍ଥାପନ ଓ ଉଦ୍ଘାଟନ:ମୁରିବାହାଲ୍ ରେ ।।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ରେ ଉଦ୍ଘାଟନ ହେଲା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ । ଅନେକ ଦିନର ସ୍ବପ୍ନ ସାକାର ବେହାରୁ ମୁରିବାହାଲ ଭୀମ ଆର୍ମି ର ମୁହଁରେ ଖୁସିର ଲହର ଦେଖିବାକୁ ମିଳିଛି । କାରଣ ଏଠାରେ ମୁରିବାହାଲ ର ଦୁଇଟି ଗୋଷ୍ଠୀ ଅଲଗା ଅଲଗା ବିଚାରଧାରା ରଖି ମୁରିବାହାଲ ର ଟୁନୁଟୁନି ମୂଡା ଛକ ରେ ନିଜ ନିଜ ବିଚାରଧାରାର ମହାନ୍ ମାନବ ର ପ୍ରତିମା ଲଗାଇବା ପାଇଁ ଚେଷ୍ଟା କରିଥିଲେ ଯାହା ଫଳରେ ବଢ଼ିବାରେ ଲାଗିଥିଲା ବିବାଦ । ଭୀମ ଆର୍ମି ସଂଗଠନ ଟୁନୁଟୁନି ମୁଡା ଛକରେ ବାବା ସାହେବ୍ ଆମ୍ବେଦକର ଙ୍କ ମୂର୍ତ୍ତି ସ୍ଥାପନ କରିବୁ ବୋଲି ବିଚାର କଲାବେଳେ ଅନ୍ୟପକ୍ଷେ ସହିଦ ଭଗତ ସିଂ ଙ୍କ ମୂର୍ତ୍ତି ଆମେ ଲଗାଇବୁ ବୋଲି କହିଥିଲେ ଯାହା ଫଳରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ଯାହା ଫଳରେ ମୁରିବାହାଲ ଛକ ରେ ୨୪ ଘଣ୍ଟା ପୋଲିସ ର ନଜର ରହିଥିଲା ସେହି ଛକ ରେ ଓ ଦୁଇ ପକ୍ଷରେ କୌଣସି ଗଣ୍ଡଗୋଳ ନ ହେଉ ତାକୁ ନଜର ରେ ରଖି ନିୟନ୍ତ୍ରଣ ପାଇଁ ବଲାଙ୍ଗିର ରୁ ପୋଲିସ ଫୋର୍ସ ମଧ୍ୟ ଡକା ଗଲା । ପ୍ରଶାସନ ପକ୍ଷରୁ ଦୁଇ ଗୋଷ୍ଠୀଙ୍କୁ ବ୍ଲକ୍ ଅଫିସ୍ ମିଟିଂ ହଲ କୁ ଡାକି ଏକ ଶାନ୍ତି ବୈଠକ ମଧ୍ୟ କରାଗଲା ଏହି ବୈଠକରେ କଣ୍ଟାବାଞ୍ଜି SDPO, ମୁରିବାହାଲ ICC, ତହସିଲଦାର ଓ ABDO ଉପସ୍ଥିତି ରହିଥିବା ବେଳେ ମୁରିବାହାଲ ଉଭୟ ଦୁଇ ଗୋଷ୍ଠୀ ଉପସ୍ଥିତ ଥିଲେ ଓ ସେହି ବୈଠକ ରେ ନିର୍ଦ୍ଧାରିତ କରାଗଲା ଯେ ଟୁନୁଟୁନି ମୁଡା ଛକ ରେ କୌଣସି ମୂର୍ତ୍ତି ଲାଗି ପାରିବ ନାହିଁ ସେହି ଛକ ଟ୍ରାଫିକ ଛକରେ ନାମିତ ହେବ । ଦୁଇ ପକ୍ଷ ଏହା ଉପରେ ରାଜି ହେବା ବେଳେ ଭୀମ ଆର୍ମି ପ୍ରଶାସନ କୁ ଗୁହାରି କରି ବାବା ସାହେବ ଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଅନ୍ୟ ଜାଗା ମାଗିଥିଲେ, ପ୍ରଶାସନ ତାଙ୍କ କଥାକୁ ରଖି ବାବା ସାହେବ ଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଏକ ଜାଗା ଚିହ୍ନଟ କରି ମୂର୍ତ୍ତି ସ୍ଥାପନ ପାଇଁ ଅନୁମତି ଦେବା ପରେ ୨୫ ଜୁନ ମଙ୍ଗଳବାର ଦିନ ରାତ୍ର ୧୦ଟା ସମୟରେ ମୂର୍ତ୍ତି ସ୍ଥାପନ କରିଥିଲେ ଭୀମ ଆର୍ମି ସଂଗଠନ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ହଳଦୀ ସମିତି ସଭ୍ୟ ଟୁନାମଣୀ ମହାନନ୍ଦ, ମୁରିବାହାଲ ସରପଞ୍ଚ ବିଶ୍ବବିହାରୀ ଯୋଶୀ ଓ ମୁରିବାହାଲ ଭୀମ ଆର୍ମି ସଭାପତି ସୁରେନ୍ଦ୍ର ଛୁରା ସମେତ ସମସ୍ତ କର୍ମ କର୍ତ୍ତା ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଉଦ୍ଘାଟନ କରିଥିଲେ । ମୁରିବାହାଲ ସରପଞ୍ଚ ମୂର୍ତ୍ତି ର ରକ୍ଷଣା ବେକ୍ଷଣ ପାଇଁ ମୁଁ ନିହାତି ପଞ୍ଚାୟତ ତରଫରୁ କିଛି କରିବି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ମୁରିବାହାଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ