ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ

Jul 7, 2026 - 19:02
 0  28
ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ

ନାଲସା (ଦାରିଦ୍ର୍ୟ ଦୂରୀକରଣ ଯୋଜନା ମାନଙ୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ) ଯୋଜନା, ୨୦୨୫ ବିଷୟରେ ସଚେତନତା ଶିବିର ଓ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ସିନାପାଲି ବ୍ଲକ ସ୍ଥିତ ନିଲଜି ସରକାରୀ ଉଚ୍ଚବିଦ୍ୟାଳୟରେ ନାଲସା (ଦାରିଦ୍ର୍ୟ ଦୂରୀକରଣ ଯୋଜନାମାନଙ୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ) ଯୋଜନା, ୨୦୨୫ ବିଷୟରେ ସଚେତନତା ଶିବିର ଓ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସମ୍ମୁଖ କାର୍ଯ୍ୟାଳୟର ଅଧିବକ୍ତା ସନ୍ଥରାମ ସାହୁ, ସିନାପାଲି ବନ ରେଞ୍ଜର କାମେଶ୍ୱର ତାଣ୍ଡି, ଫରେଷ୍ଟର ଚୁଡ଼ାନାଥ ସରାଫ, ସିନାପାଲି ଓକିଲ ସଂଘର ସଚିବ ରିଷଭ ମେହେର ଓ ସିନାପାଲି ତାଲୁକ ଆଇନ ସେବା ସମିତିର ସମ୍ମୁଖ କାର୍ଯ୍ୟାଳୟର ଓକିଲ ବାଣୀ ବଲ୍ଳଭ ପାଣିଗ୍ରାହୀ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବନ ବିଭାଗ କର୍ମଚାରୀ, ଛାତ୍ର ଛାତ୍ରୀ ଓ ପ୍ରାଧିକରଣର ଅଞ୍ଜନା ଜଗତ ର ଅଧିକାରମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ନାଲସା (ଦାରିଦ୍ର୍ୟ ଦୂରୀକରଣ ଯୋଜନା ମାନଙ୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ) ଯୋଜନା, ୨୦୨୫, ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା, ଯୋଜନା ଗୁଡିକର ଲଭପାଇବାରୁ ବଞ୍ଚିତ ଯୋଗ୍ୟ ହିତାିକାରୀମାନଙ୍କୁ ମାଗଣା ଆଇନ ସେବାର ପ୍ରାବଧାନ, ପ୍ରାଧିକରଣର କାର୍ଯ୍ୟଶୈଳୀ ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥିବୃନ୍ଦ ଓ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ ଓ ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ଶପଥ କରିଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ