ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ

Sep 10, 2023 - 20:55
 0  14
ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡା ପ୍ରଶିକ୍ଷକ ସନ୍ଧ୍ୟାରାଣୀ ଶବର ଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗିତାରେ ଚଳିତ ମାସ ୧୧ ତାରିଖ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବନବାସୀ ସେବା ସମିତିର ମହିଳା ହକି ଟିମ ଭାଗ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l ଏହି ହକି ଟିମ ର କ୍ୟାପଟେନ ପ୍ରିୟତମା ମଲ୍ଲିକ, ସହ କ୍ୟାପଟେନ ସୁମିତ୍ରା ଶବର ଙ୍କ ସମେତ ୧୮ ଜଣ ମହିଳା ହକି ଖେଳାଳୀ ଙ୍କୁ ଅନୁଷ୍ଠାନ ତରଫରୁ ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମେଡିକାଲ ଡ଼. ଅରବିନ୍ଦ ଖୁଣ୍ଟିଆ, ବନବାସୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ନାୟକ, ସହ ଶିକ୍ଷୟତ୍ରୀ ସ୍ବର୍ଣ୍ଣପ୍ରଭା ପଣ୍ଡା, ତୁଷାର କାନ୍ତ ମହନ୍ତ, ଓ କେୟାର ଟେକର ଚମ୍ପିକା ବଡସେଟ ପ୍ରମୁଖ ଉପସ୍ଥିତ ରହି ସମସ୍ତ ହକି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ