ବଡବାହାଲରେ ପ୍ରସ୍ତାବିତ ମାଦ୍ରାସାକୁ ଗ୍ରାମବାସୀଙ୍କ ବିରୋଧ

May 3, 2026 - 06:25
 0  19
ବଡବାହାଲରେ ପ୍ରସ୍ତାବିତ ମାଦ୍ରାସାକୁ ଗ୍ରାମବାସୀଙ୍କ ବିରୋଧ

କୋଲାବିରା, ୨ ।୫(ଫାଷ୍ଟ ନ୍ୟୁଜ ଓଡିଶା) :କୋଲାବିରା ବ୍ଲକ ଅନ୍ତର୍ଗତ ବତବାହାଲ ଅଂଚଳରେ ପ୍ରସ୍ତାବିତ ଏକ ମାଦ୍ରାସା ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଗ୍ରାମବାସୀ ତଥା ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମବାସୀ ଏକ ଅଭିଯୋଗ ପତ୍ର କୋଲାବିରା ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗ ପତ୍ରରେ ଗ୍ରାମବାସୀମାନେ ଉଲ୍ଲେଖ କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଟ୍ରଷ୍ଟ ଦ୍ଵାରା ଏହି ଅଂଚଳରେ ଧର୍ମୀୟ ଶିକ୍ଷାନୁଷ୍ଠାନ ମହସା ସ୍ଥାପନ ପାଇଁ ପ୍ରୟାସ ଚାଲିଛି । କିନ୍ତୁ ବଡବାହାଲ ଓ ଆଖପାଖ ଅଂଚଳରେ ସମ୍ପୃକ୍ତ ସମ୍ପ୍ରଦାୟର ଜନସଂଖ୍ୟା ବିଲକୁଲ ନଥିବାରୁ ଏହି ପ୍ରକଳ୍ପର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ।ଏହି ମହସା ସ୍ଥାପନ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କ ପୃଷ୍ଟଭୂମିକୁ ନଏଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଶାନ୍ତିକୁ ବ୍ୟାହତ କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗ୍ରାମବାସୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଏହି ମଦ୍ରାସା ସ୍ଥାପନ ହେଲେ ଭବିଷ୍ୟତରେ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି ହେବା ସହ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ରହିଛି । ସମାସିଂହା ପ୍ରଗତୀ ସଂଘ ପକ୍ଷରୁ ଅଂଚଳର ବରିଷ୍ଟ ନାଗରିକ ତଥା ବୁଦ୍ଧିଜୀବୀଙ୍କ ଦ୍ଵାରା ଆଗତ ଅଭିଯୋଗପତ୍ର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର କୌଶିକ ମେହେରଙ୍କୁ ପ୍ରଦାନ କରାଯାଇଛି । ଏଇ ଅବସରରେ ସଂଘର ସଭାପତି ଆଇନଜୀବୀ ମନୋଜ କୁମାର କାଲୋ,ସମ୍ପାଦକ ପ୍ରକାଶ କୁମାର ସାହୁ, ପୂର୍ବତନ ସରଫତ ଦୁଲାରାମ ସେନାପତି,ପୂର୍ବତନ ସରପଂଚ କରୁଣାକର ସେଟ କୋଲାବିରା ଗ୍ରାମ୍ୟ ଉନ୍ନୟନ କମିଟୀର ସଭାପତି ବୀରେନ୍ଦ୍ର କୁମାର ମହାପାତ୍ର ବରିଷ୍ଠ ସମାଜସେବୀ ଦ୍ଵିବେନ୍ଦୁ ଦାସ,କୋଷାଧ୍ୟକ୍ଷ ଯୋଗେଶ୍ବର ସେନାପତି, ସମାଜସେବୀ ରିତେସ ସାହୁ ବରିଷ୍ଠ ନାଗରୀକ ମଦନ ମୋହନ ପଟେଲ, ଅବସରପ୍ରାପ୍ତ ସ୍କୁଲ ଅଣୁ ନିରିକ୍ଷକ ତୁଲେଶ୍ବର ପଟେଲ,ସୁନନ୍ଦ ପଟେଲ ଙ୍କ ସମେତ ଅଂଚଳର ବହୁବ୍ୟକ୍ତି ଉପସ୍ଥିତ ରହି ଘଟଣା ବିଷୟରେ ତହସିଲଦାରଙ୍କୁ ଅବଗତ କରେଇବା ସହିତ ଅନୁମତି ନଦେବାକୁ ଦାବି ଜଣେଇଛନ୍ତି । ଏଇ ପରିସ୍ଥିତିରେ ଗ୍ରାମବାସୀମାନେ ପ୍ରଶାସନକୁ ପ୍ରକଳ୍ପର ପାଣ୍ଠି ଉସ୍,ଟ୍ରଷ୍ଟ ସଦସୟଙ୍କ ପୃଷ୍ଠଭୂମି ଓ ପ୍ରକୃତ ଆବଶ୍ୟକତା ଉପରେ ନିରପେକ୍ଷ ତଦନ୍ତ କରିବାକୁଦାବି କରିଛନ୍ତି । ସେପରି ତଦନ୍ତ ସମାପ୍ତ ପର୍ଯ୍ୟନ୍ତ ସହାସା ସମ୍ପର୍କିତ ସମସ୍ତ ପ୍ରକାରର ଅନୁମତିକୁ ସୁଗିତ ରଖୁବାକୁ ଅନୁରୋଧ କରାଯାଇଛି ।ଅଂଚଳରେ ଅକାରଣ ପ୍ରସ୍ତାବିତ ମଦ୍ରାସା ପ୍ରତିଷ୍ଠା ବିରୋଧ ଅଭିଯାନକୁ ସମର୍ଥନ ଜଣାଇ ଗ୍ରାମ୍ୟ ଉନ୍ନୟନ କମିଟୀ, ସହିଦ ଭଗତ ସିଂ କ୍ଲବ,ସହିଦ ବୀର କରୁଣାକର ସିଂହ ନାଏକ ସୁତି ଟ୍ରଷ୍ଟ ଆଗେଇ ଆସିଛନ୍ତି । ଅଭିଯୋଗ ଗ୍ରହଣକରିବା ସହିତ ଏସଂକ୍ରାନ୍ତରେ ତହସିଲଦାରଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ମେହେର କହିଛନ୍ତି । କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ