।। ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଉପଲକ୍ଷେ ବାହାରିଲା ସଚେତନତା ଶୋଭାଯାତ୍ରା - ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ।।

Oct 2, 2023 - 16:10
 0  89
।। ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଉପଲକ୍ଷେ ବାହାରିଲା ସଚେତନତା ଶୋଭାଯାତ୍ରା - ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ।।

ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି ଉପଲକ୍ଷେ ଟିଟିଲାଗଡର ଶ୍ରୀ ଦାଦୀଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ପକ୍ଷରୁ ନିଜର ସ୍କୁଲରେ ଏହି ଜୟନ୍ତି ପାଳନ କରିବା ସହ ସହରବାସୀଙ୍କୁ ଅହିଂସା ଓ ସ୍ୱଚ୍ଛତା ହିଁ ର ବାର୍ତ୍ତା ଦେବା ପାଇଁ ସହର ସାରା ଏକ ସଚେତନତା ଶୋଭାଯାତ୍ରା ବାହାର କରିଥିଲେ। ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ବେଶରେ ସଜ୍ଜିତ କରି ଏକ ଗାଡ଼ିରେ ସ୍ୱଚ୍ଛତା ଓ ଅହିଂସାର ବାର୍ତ୍ତା ଦେବା ସହ ପ୍ଲାଷ୍ଟିକ ବ୍ୟବହାର ନ କରିବା ସହ ନିଜ ପରିସରରେ ଅଳିଆ ଆବର୍ଜ୍ଜନା ନ ପକାଇବାକୁ କହିବା ସହ କାଗଜ ଠୁଙ୍ଗା ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସ୍କୁଲରୁ ଏହି ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଏକ ପଥପ୍ରାନ୍ତ ନାଟକ ଜରିଆରେ ଏକ ସଚେତନତା ବାର୍ତ୍ତା ଦେଇଥିଲେ।

ଏହି ଶୋଭାଯାତ୍ରା ଯାଉଥିବା ସମୟରେ ପେଟ୍ରୋଲ ପମ୍ପ ଛକରେ ଟିଟିଲାଗଡର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଦେଖି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହିଭଳି ଉଦ୍ୟମ ପାଇଁ ସ୍କୁଲ ପରିଚାଳନା କମିଟି, ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସଂଶା କରିଥିଲେ। ଟିଟିଲାଗଡ ରୋଟାରୀ କ୍ଲବର ସଦସ୍ୟ ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରତି ମାସରେ ଥରେ ଏହି ସ୍ୱଚ୍ଛତା ଅଭିଜାନ ସହରର ବିଭିନ୍ନ ସ୍ଥାନରେ କରାଯିବାକୁ ସେମାନେ ସହଯୋଗର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲ ର ଅଧକ୍ଷା ଡ ସୁନନ୍ଦା ଜତି, ସ୍କୁଲ କୋର୍ଡି ନେଟର ପ୍ରମୋଦ କୁମାର ପାଲ, ସ୍କୁଲର ଡାଇରେକ୍ଟର ଆଡମିନ ଧରିତ୍ରୀ ମହାନ୍ତି, ଡାଇରେକ୍ଟର ଏକାଡେମିକ ସନ୍ତୋଷ ମଲ୍ଲିକ, ଭାଇସ ପ୍ରିନ୍ସିପ।ଲ ପିତାମ୍ବର ଶର୍ମା, ସିଇଓ ଉଦୟ ଚନ୍ଦ୍ର ମହାପାତ୍ର, ହେଡ କୋର୍ଡିନେଟର ଅନୁପମା ଚୌଧୁରୀ, ଶିକ୍ଷକ ସୁରେନ୍ଦ୍ର ଦାସ , ବନମାଳୀ ପଣ୍ଡା , ତୁଷାର ଦାସ ଓ ସୁଚିତା ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ରୋଟାରୀ କ୍ଲବ ର ମହେଶ ଇନ୍ଦୋରିଆ, ସମ୍ପାଦକ ପ୍ରମୋଦ କୁମାର ପାଲ, ଏଡଭାଇଜର ଆନନ୍ଦ ଜୈନ ଏବଂ ସଦସ୍ୟ, ଯୁବ ଉଦ୍ୟୋଗୀ ଶୈଳେଶ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ। ଟିଟିଲାଗଡ ପୌରପରିଷଦ ତରଫରୁ ବିଭିନ୍ନ ସଫେଇ ସାମଗ୍ରୀ ଯୋଗାଇ ଦେଇଥିବାରୁ ସ୍କୁଲ ତରଫରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 4
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 2
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ