ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ର୍ୟ - ଦେଶ ପାଇଁ ଚୀନରେ ଖେଳିବେ ସନ୍ଧ୍ୟାରାଣୀ

Aug 25, 2026 - 18:16
 0  12
ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ର୍ୟ - ଦେଶ ପାଇଁ ଚୀନରେ ଖେଳିବେ ସନ୍ଧ୍ୟାରାଣୀ

ବାରିପଦା - ତା :-୨୫/୦୮/୨୬ ରିଖ ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ତାଙ୍କର ଏହି ସଫଳତା ପାଇଁ ସେ ବାରିପଦା ସ୍ଥିତ ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀ, ସମସ୍ତ କୋଚ ଓ ବିଶେଷ ଭାବରେ ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି I ଗତ ବର୍ଷ ମଧ୍ୟ ସେ ଏସୀୟ ରଗବି ସିରିଜରେ ଟପ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ I ଜାତୀୟ ସ୍ତରରେ ଓଡିଶା ପାଇଁ ବହୁବାର ପଦକ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା I ଗୋଟିଏ ଗରିବ ପରିବାରରୁ ଆସି ଜାତୀୟ ଦଳରେ ସ୍ଥାନ ପାଇ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ପ୍ରମାଣ କରିଦେଇଛନ୍ତି ସେ ପ୍ରତିଭା ଓ ଦୃଢ ଇଛାଶକ୍ତି ଆଗରେ ସବୁ ବାଧାବିପତ୍ତି ସବୁ କାଳରେ ପରାଜିତ ହୁଏ I ଖବର ପାଇ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ସମସ୍ତ କ୍ରୀଡ଼ାପ୍ରେମୀ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାବାସୀ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି କାମନା କରିଛନ୍ତି I ସନ୍ଧ୍ୟାରାଣୀଙ୍କ ଏହି କଠିନ ପରିଶ୍ରମ ଓ ସମର୍ପଣ ପାଇଁ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ, ସାଇ କିରଣ ନାୟକ ଏବଂ କୋଚ୍ ଚନ୍ଦନ ସିଂ ଓ ଅଜିତ କୁମାର ହାଁସଦା ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରଗବୀ ସଙ୍ଘ, ଓଡ଼ିଶା ରଗବୀ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗ ପାଇଁ ଏକାଡେମୀର ସମସ୍ତ ଖେଳାଳୀ ଓ ପ୍ରତିଷ୍ଠାତା ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ