।। ପବିତ୍ରଙ୍କୁ ଟିକେଟ ମିଳି ଲା ପରେ କଂଗ୍ରେସ ଦଳର ଖୁସିର ଲହରୀ ।।

Apr 2, 2024 - 20:20
 0  24
।। ପବିତ୍ରଙ୍କୁ ଟିକେଟ ମିଳି ଲା ପରେ କଂଗ୍ରେସ ଦଳର ଖୁସିର ଲହରୀ ।।

ଆଜି କଂଗ୍ରେସ ଦଳର ୮ ଟି ଲୋକ ସଭା ଓ ୪୯ ଟି ବିଧାନ ସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ଯାଇଛି।ଏଯାଏଁ କୌଣସି ଦଳ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନଥିବା ବେଳେ ଏଥିରେ କଂଗ୍ରେସ ଦଳ ପ୍ରଥମ ହୋଇଛି।ଏହି ନିର୍ବାଚନ ମଣ୍ଡଳୀ ପାଇଁ ଦଳ ତରଫରୁ ଜଣେ ନୂଆ ପ୍ରତିଭାକୁ ଯୁବ ଇଞ୍ଜିନିୟର ପବିତ୍ର ସାଉନ୍ତା ଚୟନ କରାଯାଇଛି।ସିଏ ଚାରିବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରେ ସଂଗଠନ ମଜଭୁତ କରି ଚାଲିଛନ୍ତି।ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କ ନାମ ଘୋଷଣା ହେବା ପରେ କଂଗ୍ରେସ ଦଳରେ ଖୁସିର ଲହରୀ ଖେଳି ଯାଇଛି।ପାବିତ୍ରଙ୍କ ବାସ ଭବନରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ କର୍ମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।କର୍ମୀ ମାନେ ଜଣେ ଜଣକୁ ମିଠା ଖୁଆଇ ବାଜା ବଜାଇ ଖୁସି ମନାଇଛନ୍ତି।ଏନେଇ ଏକ ବିରାଟ ଶୋଭା ଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା।ପବିତ୍ରଙ୍କୁ ଦଳ ଚୟନ କରିଥିବାରୁ ଆମେ ଦିନ ରାତି ଏକ କରି ଚଳିତ ନିର୍ବାଚନରେ ଜିତାଇବୁ ବୋଲି କର୍ମୀ ମାନେ ପ୍ରକାଶ କରିଛନ୍ତି।

 ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ