ପଦ୍ମଗିରିରେ ନିର୍ମାଣ ଶ୍ରମିକ ସଚେତନତା ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ

Apr 7, 2026 - 21:49
 0  6
ପଦ୍ମଗିରିରେ ନିର୍ମାଣ ଶ୍ରମିକ ସଚେତନତା ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ

ମାଲକାନଗିରି,୭/୪/୨୬: ରାଜ୍ୟ ସରକାରଙ୍କ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ଗ୍ରାମ ପଞ୍ଚାୟତଠାରେ ଏକ ନିର୍ମାଣ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସଚେତନତା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସହକାରୀ ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ ପରିଚାଳନା କରିଥିଲେ। ଏହି ଶିବିରରେ ମୋଟ ୩୪୦ ଜଣ ନିର୍ମାଣ ଶ୍ରମିକ ଯୋଗ ଦେଇଥିବା ବେଳେ ୧୬୧ ଜଣଙ୍କୁ ତୁରନ୍ତ ଅନଲାଇନ୍ ମାଧ୍ୟମରେ ନୂତନ ଶ୍ରମ କାର୍ଡ ପାଇଁ ପଞ୍ଜିକୃତ କରାଯାଇଥିଲା। ଏଥିସହ ୮୧ ରୁ ଅଧିକ ପୁରୁଣା କାର୍ଡର ନବୀକରଣ କରାଯାଇ ଅଚଳ ଥିବା କାର୍ଡଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ବିଶେଷ କରି ଜନଜାତି ବହୁଳ ଏହି ଅଞ୍ଚଳରେ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନଙ୍କ ଆର୍ଥିକ ତଥା ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏହି ଅବସରରେ ସଚେତନ କରାଯାଇଥିଲା। ଶ୍ରମିକମାନେ କିଭଳି ସରକାରୀ ସହାୟତାର ସୁଫଳ ପାଇପାରିବେ, ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ରାଉତରାୟ, ବିଜୟ ନନ୍ଦ ପଣ୍ଡା ଓ ସୋନାଲି ରାୟ ପ୍ରମୁଖ ସହଯୋଗ କରିଥିଲେ। ଅନଲାଇନ୍ ପଞ୍ଜିକରଣ କାର୍ଯ୍ୟରେ ମୋ ସେବା କେନ୍ଦ୍ରର କର୍ମଚାରୀମାନେ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ପ୍ରଶାସନର ଏହି ଜନହିତକର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ