।। ନୂତନ ତହସିଲଦାରଙ୍କୁ ସସ୍ୱାଗତ ଜଣାଇଲେ ମୁନିଗୁଡ଼ା ବିକାଶ ପରିଷଦ ।।

Nov 9, 2023 - 18:45
 0  15
।। ନୂତନ ତହସିଲଦାରଙ୍କୁ ସସ୍ୱାଗତ ଜଣାଇଲେ ମୁନିଗୁଡ଼ା ବିକାଶ ପରିଷଦ ।।

ମୁନିଗୁଡ଼ା: ତା ୯-୧୧ମୁନିଗୁଡ଼ା ତହସିଲ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ଏମ୍ ଅନୁରାଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ମୁନିଗୁଡା ବିକାଶ ପରିଷଦ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲେ।ସୂଚନା ଅନୁଯାୟୀ ପୂର୍ବତନ ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେଙ୍କ ବଦଳି ହୋଇଯିବା ପରେ ମୁନିଗୁଡ଼ା ତହସିଲ କାର୍ଯ୍ୟାଳୟରେ ସୁଶ୍ରୀ ଏମ୍ ଅନୁରାଧା ତହସିଲଦାର ରୂପେ ଯୋଗ ଦେଇଛନ୍ତି।ଏହି ଅବସରରେ ମୁନିଗୁଡ଼ାର ବିଭିନ୍ନ ସାମାଜିକ,ବ୍ୟବସାୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମାଡାମଙ୍କୁ ସ୍ବାଗତ ଜଣା ଯାଉଛି।ଏହି କାର୍ଯ୍ୟକ୍ରମରେ ଆଜି ମୁନିଗୁଡ଼ା ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ମାର୍ଥାଙ୍କ ନେତୃତ୍ବରେ ଉପ-ସଭାପତି ଭୀମ ଵେହେରା,ସୁବାସ ଗୌଡ଼, ସମ୍ପାଦକ ମାନସ କୁମାର ବେହେରା,ପଦ୍ମ ବେହେରା,କୁନା ଗୌଡ଼,ଜି.କୁମାର ରାଜୁ, ଚିତ୍ତରଞ୍ଜନ ମାଳେନୀ,ପି. ରାମ ବାବୁ,ଭୋଳାନାଥ ଦୁବେ ପ୍ରମୁଖ ସଦସ୍ୟ ନୂତନ ତହସିଲଦାର ଏମ୍ ଅନୁରାଧାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ମୁନିଗୁଡ଼ା ବାସୀଙ୍କ ତରଫରୁ ସୁସ୍ଵାଗତ ଜଣାଇଥିଲେ।ଏଥିସହ ମୁନିଗୁଡାର ସମସ୍ତ ସମସ୍ୟାର ସମାଧାନ କିପରି ହୋଇ ପାରିବ ତାହା ଉପରେ ତହସିଲଦାର ମାଡାମଙ୍କ ସହ ଆଲୋଚନା କରିଥିଲେ। ତହସିଲଦାର ମାଡାମ ବିକାଶ ପରିଷଦ ସଦସ୍ୟ ମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ସଭିଙ୍କୁ ଧନ୍ୟବାଦ ଜଣାଇବା ସହ ମୁନିଗୁଡ଼ାର ବିକାଶରେ ତାଙ୍କ ସମସ୍ତ ସମୟ,ଶକ୍ତି ଓ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହାସହ ସେ ସଭିଙ୍କୁ ନେଇ ସଭିଙ୍କ ସହଯୋଗରେ ମିଳିମିଶି ମୁନିଗୁଡା ପ୍ରଗତିକୁ ଗତିଶୀଳ କରିବା ନେଇ ପ୍ରତିଶୃତି ଦୋହରାଇ ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ