।। ନୂଆପଡା ବିଧାନସଭା ରୁ କଂଗ୍ରେସ ପ୍ରାର୍ଥୀ ଭାବେ ଶରତ ପଟ୍ଟନାୟକଙ୍କ ନାମାଙ୍କନ ପତ୍ର ଦାଖଲ ।।

ନୁଆପଡ଼ା - ଚଳିତ ସାଧାରଣ ନିର୍ବାଚନ ପାଇଁ ନୂଆପଡା ବିଧାନସଭା ରୁ କଂଗ୍ରେସ ପ୍ରାର୍ଥୀ ଭାବେ ଶରତ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ତାଙ୍କର ଅନେକ କଂଗ୍ରେସ କର୍ମୀଙ୍କ ସହିତ ଖରିଆର ରୋଡ ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ସମୟରେ ପ୍ରସ୍ତାବକ ଭାବେ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ଅଭୟ ଯୋଷୀ ଓ ଦେବଦତ୍ତ ଦୀକ୍ଷିତ ଉପସ୍ଥିତ ଥିଲେ । କଂଗ୍ରେସର କେନ୍ଦ୍ର ଶୀର୍ଷ ନେତୃତ୍ବକୁ ଧନ୍ୟବାଦ ଜଣାଇବା ସହିତ ସବୁ ବେଳେ ଲୋକଙ୍କ ସହିତ ଜଡିତ ରହି ତାଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଜିଲ୍ଲାପରିଷଦ ସଦସ୍ୟ ଭରତ ରାଉତ, ଜିଲ୍ଲା ସଭାପତି ସୁରେଶ ଆଜାଦ, ହଲ୍ଲା ସିଂ,ଦେବଦତ୍ତ ଦୀକ୍ଷିତ, ଅଭୟ ଯୋଶୀ, ଯୁବ ସଭାପତି ଅମିତ ଅହୀର, ଯୁବ ନେତା ସାହାରୁଖ ଖାନ, ପାସା ମହାନନ୍ଦ, ରାଜେଶ ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






