।। ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ।।

Dec 1, 2023 - 19:33
 0  43
।। ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ।।

ନୂଆପଡା : ଆଜି ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିବାଦ ସଭାରେ ପାଞ୍ଚ ଦଫା ଦାବି ପୂରଣ ନିମନ୍ତେ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କୁ ଅନେକ ଥର ଲିଖିତ ଅବଗତ କରାଯାଇ ଥିବା ସତ୍ତ୍ୱେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଏହି ପ୍ରତିବାଦ ସଭା ଉତ୍କଳ ସାମ୍ବାଦିକ ସଂଘ ଓଡିଶା ସହ ଅନୁବନ୍ଧିତ ପ୍ରତ୍ୟେକ ଜିଲ୍ଲା ସାମ୍ବାଦିକ ସଂଘ ନିଜ ନିଜ ଜିଲ୍ଲାରେ ଅନୁଷ୍ଠିତ କରୁଛନ୍ତି ବୋଲି ନୂଆପଡା ସଂଘର ସଭାପତି ସୁରେଶ ଆଚାରି ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ସଭାରେ ନୂଆପଡା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ, ଏନଡିୟୁଜେ ର ସଦଶ୍ୟ ଉପସ୍ଥିତ ରହି ଦାବି ଗୁଡିକୁ ସମର୍ଥନ ଜଣାଇବା ସହ ସରକାର ନିହାତି ଆବଶ୍ୟକ ପଦକ୍ଷେପ ନେଇ ପୂରଣ କରିବା ଉଚିତ ବୋଲି ମତପୋଷଣ କରିଥିଲେ। ଉକ୍ତ ପ୍ରତିବାଦ ସଭାରେ ଗେନ୍ଦ ଲାଲ ସାହୁ, ଅଂଶୁମାନ ସଥପଥି, ରଜନୀକାନ୍ତ ସିଂ ଦେଓ, ସୁଶାନ୍ତ କର, ଶମ୍ଭୁ କୁମାର ସରାଫ, ଦେବାନନ୍ଦ ତାଣ୍ଡି, ଲୋକନାଥ ମହାପାତ୍ର, ସୁରେନ୍ଦ୍ର ତିୱାରୀ, ଦୀପକ ମିଶ୍ର, ଅମିତ ପୁରୋହିତ, ଦେବଦାସ ପାଢ଼ୀ, ବିଶୁ ବନଛୋର, ବିଶ୍ଵନାଥ ସାମଲ, ରିତେଶ ରାଠୋର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ପରିଶେଷରେ ସଂଘର ସମ୍ପାଦକ ଦେବାନନ୍ଦ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ