।। ନୂଆପଡା ଜିଲ୍ଲା ର ନୂତନ ଜିଲ୍ଲାପାଳ ମଧୁସୂଦନ ଦାଶ ଆସନ୍ତା ସୋମବାର କାର୍ଯ୍ୟରେ ଯୋଗଦେବେ ।।

Aug 10, 2024 - 21:59
 0  13
।। ନୂଆପଡା ଜିଲ୍ଲା ର ନୂତନ ଜିଲ୍ଲାପାଳ ମଧୁସୂଦନ ଦାଶ ଆସନ୍ତା ସୋମବାର କାର୍ଯ୍ୟରେ ଯୋଗଦେବେ ।।

ନୂଆପଡା : ଓଡିଶା ରେ ଭାରତୀୟ ଜନତା ପାର୍ଟି ର ନେତୃତ୍ୱ ରେ ମୋହନ ସରକାର ଆସିବା ପରେ ଆଇଏସ ସ୍ତର ରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ବେଳେ ନୂଆପଡା ଜିଲ୍ଲାପାଳ ହେମାକାନ୍ତ ସାୟ ଙ୍କୁ ମୟୁରଭଞ୍ଜ ର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି l ଏବଂ ନୂଆପଡା ଜିଲ୍ଲା ନୂତନ ଜିଲ୍ଲାପାଳ ଭାବରେ ମଧୁସୂଦନ ଦାଶ (ଓଏଏସ ) (ଏସଏସ )ଙ୍କୁ ନିଯୁକ୍ତି ଦିଆ ଯାଇଛି l ଜିଲ୍ଲାପାଳ ଶ୍ରୀ ସୟ ଜିଲ୍ଲାରେ ପ୍ରାୟ ୨ ବର୍ଷ ଥିଲେ। ସେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାମ ଉପରେ ଗୁରୁତ୍ଵ ଦେଇଥିବା ବେଳେ ତାଙ୍କ ସମୟରେ ଚଳିତ ସାଧାରଣ ନିର୍ବାଚନ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ଶାନ୍ତିଶୃଙ୍ଖଳରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଜମି ରେକର୍ଡକୁ ଅତ୍ୟାଧୁନିକୀକରଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଜିଲ୍ଲାକୁ ଭୂମି ସମ୍ମାନ-୨୦୨୩ ସମ୍ମାନ ମିଳିଥିଲା । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଥିଲେ। ୨୦୨୩ ବର୍ଷରେ ଜଳଜୀବନ ମିସନ ଅଧୀନରେ ଦେଶରେ ଟ୍ୟାପ ଜଳଯୋଗାଣ କ୍ଷେତ୍ରରେ ଆକାଂକ୍ଷିତ ଜିଲ୍ଲା ମଧ୍ୟରେ ଉଚ୍ଚ ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ସୟଙ୍କୁ ସଚିବସ୍ତରୀୟ ବୈଠକରେ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍କୁଲ ରୂପାନ୍ତରଣ, ଗ୍ରାମୀଣ ବଜାର କରିବା ଓ ମାଓ ପ୍ରବଣ ଅଞ୍ଚଳରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ତାଙ୍କର ବିଶେଷ ଅବଦାନ ରହିଛି । ଓଡ଼ିଶା ଭାଷା, ସହିତ୍ୟ ଏବଂ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଛି। ଜିଲ୍ଲାର ଦାଦନ ଓ ପାନୀୟ ଜଳ ସମସ୍ୟା ତାଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବ ବୋଲି କୁହାଯାଉଛି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ