ନୂଆପଡାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ସଭା (ଷ୍ଟାଫ୍ ମିଟିଂ) ଅନୁଷ୍ଠିତ

Feb 18, 2026 - 06:37
 0  1
ନୂଆପଡାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ସଭା (ଷ୍ଟାଫ୍ ମିଟିଂ) ଅନୁଷ୍ଠିତ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଚାରୀ ସଭା (ଷ୍ଟାଫ୍ ମିଟିଂ) ଅନୁଷ୍ଠିତ ହୋଇଯାଇଛି l ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ଯଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତଙ୍କୁ ସ୍ଵାଗତ କରି ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଇଣ୍ଡେକ୍ସ ରେଜିଷ୍ଟର, ଲଗ ବୂକ, ଗାର୍ଡ ଫାଇଲ, କ୍ଯାଶ ବୁକ ସବୁଦିନ ଅଦ୍ଯତନ କରି ରଖିବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଧାନ ସଭାର ପ୍ରଶ୍ନ ସବୁକୁ ଗୁରତ୍ଵ ଦେଇ ଏହାର ଶୀଘ୍ର ପ୍ରତି ଉତ୍ତର ଦେବା ପାଇଁ କହିଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଜିଲ୍ଲାପାଳଙ୍କ କାର୍ଯ୍ଯଳୟର ସମସ୍ତ ବିଭାଗ କ୍ରିୟାଶୀଳ ହେବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସମର୍ପିତ ଭାବରେ କାମ କରନ୍ତୁ। ଡେପୁଟି କଲେକ୍ଟର ମାନେ ସପ୍ତାହରେ ଥରେ, ଅତିରିକ୍ତ ଜିଲ୍ଲାପାଳ ୧୫ ଦିନରେ ଥରେ ଏବଂ ଜିଲ୍ଲାପାଳ ମାସକୁ ଥରେ ସମସ୍ତ ଲଗ ବୂକ, ଗାର୍ଡ ଫାଇଲ ନିରୀକ୍ଷଣ କରିବେ। ଫେବୃଆରୀ ମାସ ଶେଷ ସୁଧା ସମସ୍ତ ବିଭାଗୀୟ ଚିଠି ପତ୍ର ଓସୱାସ ମାଧ୍ୟମରେ ପ୍ରେରିତ ହେବ। ଓଡିଆ ଭାଷାରେ ସମସ୍ତ ଚିଠିପତ୍ର ଓ ବିବରଣୀ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷାରୁ ଜଣାଗଲା ଯେ, ଜିଲ୍ଲାରେ ଜମିପଟ୍ଟା ଗୁଡିକର ୨ ଖାନା ସଂଶୋଧନ କାର୍ଯ୍ଯ ୯୦.୫ ପ୍ରତିଶତ କରି ନୂଆପଡା ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଓସ୍ୱାସ ରେ ଜିଲ୍ଲାର ସମସ୍ତ ତହସିଲ ଏବଂ ବ୍ଲକ ରେ ଚିଠିପତ୍ର ଆଦାନ ପ୍ରଦାନ ହେଉଛି।ଓସ୍ୱାସ ମାଧ୍ୟମରେ ଚିଠିପତ୍ର ଆଦାନ ପ୍ରଦାନରେ ନୂଆପଡା ଜିଲ୍ଲା ସମଗ୍ର ରାଜ୍ୟରେ ୧୩ ତମ ସ୍ଥାନ ରେ ରହିଛି। ଏହାକୁ ପ୍ରଥମ ସ୍ଥାନ ରେ ରଖିବାକୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ସରକାରୀ ଯୋଜନାଗୁଡ଼ିକର ସୁବିଧା ସଠିକ୍ ହିତାଧିକାରୀଙ୍କ ପାଖକୁ ପହଞ୍ଚିବା ଓ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପ୍ରତି ଗୁରୁତ୍ୱ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।ସେ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ବଢ଼ାଇ ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଓ ଗୁରୁତ୍ତ୍ୱପୂର୍ଣ୍ଣ ସେବା ପ୍ରଦାନ ନିଶ୍ଚିତ କରିବାକୁ କହିଥିଲେ। ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାଥମିକତାମୂଳକ ଯୋଜନାଗୁଡ଼ିକର କାର୍ଯ୍ୟ ନିଷ୍ପାଦନରେ ଅବହେଳା କରାଯିବ ନାହି।ଏହା ସହିତ, ପ୍ରତି ମାସରେ ଉତ୍ତମ କାର୍ଯ୍ଯ ଦକ୍ଷତା ପ୍ରଦର୍ଶନ ପାଇଁ କନିଷ୍ଠ ରାଜସ୍ୱ ସହାୟକ, ବରିଷ୍ଠ ରାଜସ୍ୱ ସହାୟକ ଓ ବିଭାଗୀୟ ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମନ୍ୱୟ ଓ ସହୋଯୋଗୀ ମନୋଭାବରେ କାମ କରିବା ଓ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଏହି ବୈଠକରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ ,କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସହିତ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ