ନୂଆପଡ଼ାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା

Nov 22, 2024 - 20:12
 0  22
ନୂଆପଡ଼ାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା

ନୂଆପଡ଼ା : ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ,ନୂଆପଡ଼ା ତରଫରୁ ଓ ଗୋଷ୍ଠୀ ବିଜ୍ଞାନ ମଂଚର ସହଯୋଗରେ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟବସ୍ତୁ ଆଧାରିତ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ସରକାରୀ ଉଚ୍ଚ ବିଦ୍ୟାଳୟ, ଖୁଟବନଭେରା ଠାରେ ଆୟୋଜିତ ହୋଇଯାଉଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ହେମସାଗର ମହାନନ୍ଦ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା କରୁଣାକର ଭୂଏ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ,ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର,ପଞ୍ଚାୟତ ସମିତି ଅଧ୍ୟକ୍ଷା ନୂଆପଡ଼ା ତାରେଶ୍ୱରୀ ସାହୁ, ସରପଞ୍ଚ ଖୁଟବନଭେରା କଳ୍ପନା କୁଲଦୀପ, ସମିତି ସଭ୍ୟା ସାରାବଙ୍ଗ ଜାଗୃତୀ ସାହୁ, ନାଏବ ସରପଞ୍ଚ ଖୁଟବନଭେରା ଚମନ ଲାଲ ପାଣ୍ଡେ, ଆଇନଜୀବି ଧନୀରାମ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ କୁମାର ସାହୁ, ପରିଚାଳନା କମିଟି ଅଧ୍ୟକ୍ଷ ସୋନୁରାମ କେଉଁଟ ଏବିଇଓ ଚନ୍ଦ୍ରକଳା ଜଗତ ଓ ଚୈତ୍ରରାମ ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଏହି ବିଜ୍ଞାନ ମେଳାରେ ମୋଟ ୨୭୦ଟି ପ୍ରକଳ୍ପ କୁନି ବୈଜ୍ଞାନିକଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ନୂଆପଡ଼ା, ରାଜେନ୍ଦ୍ର ପ୍ରସାଦ ଢୋଲକିଆ,ସମ୍ମାନୀତ ଅତିଥି ଭାବରେ ଉପଜିଲ୍ଲାପାଳ,ନୂଆପଡ଼ା ଯୋଗେନ୍ଦ୍ର ମାଝୀ, ବିଶିଷ୍ଟ ଶିକ୍ଷାବିତ ଶିବ ପ୍ରାସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଏବିଇଓ ଉତ୍କଳମଣି ଅଗସ୍ତି,ଚନ୍ଦ୍ରକଳା ଜଗତ, ଚୈତରାମ ନାଏକ, ଗୋଷ୍ଠୀ ବିଜ୍ଞାନ ମଞ୍ଚ ସମ୍ପାଦକ ରାଧେଶ୍ୟାମ ଶାହା ପ୍ରମୁଖ ଉପସ୍ଥିତ ରହି କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ ଏଵଂ ଭବିଷ୍ୟତ ରେ ନିଜ ଜୀବନରେ ବିଜ୍ଞାନକୁ ମାଧ୍ୟମ କରି ଜଣେ ବୈଜ୍ଞାନିକ, ଗଣିତଜ୍ଞ ଓ ପରିବେଶପ୍ରେମୀ ଭାବରେ ପ୍ରତିଷ୍ଠିତ ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ବ୍ଲକ ଏବଂ ଜିଲ୍ଲା ବାହାରୁ ଯୋଗଦେଇଥିବା ବିଚାରକ ମାନଙ୍କୁ ଉପଢ଼ୌକନ ଏବଂ ସ୍ମୃତିଫଳକ ପ୍ରଦାନ କରି ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ବ୍ଲକ ସ୍ତରରୁ ଜିଲ୍ଲାସ୍ତରରେ ଅଂଶ ଗ୍ରହଣ କରିବା ନିମନ୍ତେ ୧୪ଟି ପ୍ରକଳ୍ପକୁ ମନୋନୀତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା। କାର୍ଯ୍ୟକ୍ରମଟିର ସଫଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସରାବୋଙ୍ଗ କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ , ବିଜ୍ଞାନ ଫୋରମର ସମସ୍ତ ସଦସ୍ୟ ସଦସ୍ୟା, ବିଦ୍ୟାଳୟ ପରିଚାଳନା ସମିତି, ଗ୍ରାମବାସୀ ଓ ପଞ୍ଚାୟତରାଜର ସମସ୍ତ ପ୍ରତିନିଧି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ