।। ନିଖଜର ଚାରିଦିନ ପରେ ଝୁଲନ୍ତା ଗଳିତ ମୃତ୍ୟୁ ଶରୀର ଉଦ୍ଧାର ।।

Jun 12, 2023 - 15:28
 0  99
।। ନିଖଜର ଚାରିଦିନ ପରେ ଝୁଲନ୍ତା ଗଳିତ ମୃତ୍ୟୁ ଶରୀର ଉଦ୍ଧାର ।।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଦଶମନ୍ତପୁର ପଞ୍ଚାୟତ ସଦର ମହକୁମା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫୮ ବର୍ଷର ବ୍ୟକ୍ତି ନୀଖଜ୍ ଥିବା ବେଳେ ଚାରିଦିନ ପରେ ବ୍ୟକ୍ତିଙ୍କ ଗଳିତ ଝୁଲନ୍ତା ଉଦ୍ଧାର କରାଯାଇଛି। ସୂଚନା ଅନଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ସଦର ମହକୁମାର ଗୌର ପ୍ରଧାନୀ ପାରିବାରିକ କହାଳକୁ ନେଇ ଚଳିତ ମାସ ଆଠ ତାରିଖ ଗୁରୁବାର ଦିନ ଘରୁ ବାହାରି ଘରକୁ ଫେରି ନଥଲେ । ତେବେ ଏନେଇ ଗୌରଙ୍କ ପରିବାର ଲୋକେ ବହୁ ଖଜାଖଜି କରିବା ପରେ ମଧ୍ୟ ଗୈାରଙ୍କୁ ପାଇନଥିଲେ । ରବିବାର ସକାଳେ ଦଶମନ୍ତପୁର ଗାଁ ଲୋକେ କୌଣସି କାମରେ ଜଙ୍ଗଳ ନିକଟରେ ଗଲାବେଳେ ଜଙ୍ଗଳ ଭିତରୁ ଦୁର୍ଗନ୍ଧ ଗନ୍ଧ ବାହାରିଥିଲା । ଦୁର୍ଗନ୍ଧ ହେବାରୁ ଲୋକେ ସନ୍ଦେହରେ ଜଙ୍ଗଳ ଭିତରକୁ ଯାଇଥିଲେ । ତେବେ ସେଠାରେ ଗୋଟେ ଗଛରେ ଝୁଲନ୍ତା ଗଳିତ ମର ଶରୀର ଦେଖିବାକୁ ପାଇଥିଲେ । ଗଳିତ ଝୁଲନ୍ତା ମର ଶରୀର ଦେଖି ମୃତ୍ୟୁ ଶରୀରକୁ ଚିହ୍ନିବାରେ ଅସକ୍ଷମ ହୋଇ ଗୌରଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଜଙ୍ଗଳ ଭିତରେ ଯାଇ ଦେଖିଲେ । ତେବେ ଗୌରଙ୍କ ପିନ୍ଧିଥିବା ଲୁଙ୍ଗି ଓ ବାନିୟନ୍ କୁ ଚିହ୍ନିବାରେ ସକ୍ଷମ ହୋଇ ବୈପାରିଗୁଡ଼ା ପୋଲିସକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ । ବୈପାରିଗୁଡ଼ା ପୋଲିସ ଘଟଣାସୁଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ବେଳେ ମୃତକ ବ୍ୟକ୍ତି ଦଶମନ୍ତପୁର ଗ୍ରାମର ଗୌର ପ୍ରଧାନୀ ବୋଲି ଜଣା ପଡ଼ିଥିଲା । ଗୌର ପ୍ରାଧନୀ ପାରିବାରିକ କଳହକୁ ନେଇ ଗତ ୮ ତାରିଖଠାରୁ ଘରୁ ନିଖଜ ଥିବା ବେଳେ ରବିବାର ଦିନ ତାଙ୍କ ଗଳିତ ଝୁଲନ୍ତା ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏନେଇ ବୈପାରିଗୁଡ଼ା ପୋଲିସ ପକ୍ଷରୁ ସୂଚନା ରହିଛି।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ