।। ନାରାୟଣ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।।

Dec 21, 2023 - 16:02
 0  45
।। ନାରାୟଣ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।।

ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟରେ ତିନିଦିନ ଧରି ଆରମ୍ଭ ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଛି।ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଦାମୋଦର ସାହୁ,ସସ୍ମିତା ସାହୁ,ରଶ୍ମିତା ବେହେରା,ସୁନିତା ସାହୁ,ଶାନ୍ତି ଖଣ୍ଡୁଆଲ ,ଜନାର୍ଦନ ପରିଡା,ପ୍ରଜ୍ଞ। ପରାମିତ। ସାହୁ,ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ କ୍ରମେ ଏହି ଉତ୍ସବ ସୁଚାରୁରୂପେ ପରିଚାଳିତ ହୋଇଛି।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ,ଲଙ୍ଗ ଜମ୍ପ,ହାଇ ଜମ୍ପ,ସାଇକେଲ ରେସ,ଅଖା ଦୌଡ଼,ସର୍ଟପୁଟ,ଦୌଡ଼ିଡିଅଁ। ,ସ୍ପୁନବଲ,ମ୍ୟୁଜିକ ଚେୟାର, ଇତ୍ୟାଦି ଖେଳ ଅତ୍ୟନ୍ତ ଚିତ୍ତକର୍ଷକ ହୋଇଛି।ଉଦଯାପନ ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ କ୍ରୀଡ଼ା ପତାକା ଅବତରଣ କରି ପିଲାଙ୍କୁ ଉଦବୋଧନ ଦେଇଥିଲେ।ଜିତିବା ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ସହ ଅନ୍ୟ ମାନଙ୍କୁ ପୁନର୍ବାର ପ୍ରଚେଷ୍ଟା ପାଇଁ ମତ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର,ପ୍ରଶାନ୍ତ ଦାସ ,ରୋଜାଲୀନ ମିଶ୍ର ଏବଂଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ।

ନୟାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ