।। ଧାରଣାରେ ବସିଲେ ନୂଆପଡା ନର୍ସ କର୍ମଚାରୀ ସଂଘ ।।

Sep 26, 2024 - 22:14
 0  24
।। ଧାରଣାରେ ବସିଲେ ନୂଆପଡା ନର୍ସ କର୍ମଚାରୀ ସଂଘ ।।

ନୂଆପଡା : ଆଜି ଓଡିଶା ନସିଂ କର୍ମଚାରୀ ସଂଘର ଆହ୍ବାନ କ୍ରମେ ନୂଆପଡା ଜିଲ୍ଲାର ନସିଂ ଅଫିସର ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଧାରଣାରେ ବସିଛନ୍ତି । ଜିଲ୍ଲାରେ ସମୁଦାୟ ୨୩୬ଜଣ ନର୍ସ ଅଫିସର କାର୍ଯ୍ୟରତ ଥିବା ବେଳେ ଆଜି ଏକ ୧୦ଦଫା ଦାବିନେଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇ କାର୍ଯ୍ୟବନ୍ଦ କରି ଧାରଣାରେ ବସିଥିବା ବେଳେ ଜିଲ୍ଲାରେ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ଚାକିରି ନିୟମିତ ଏବଂ ସର୍ଭିସ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଏବଂ ବିଭିନ୍ନ ଆୟୁଷମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସ ଅଫିସର ମାନଙ୍କୁ ବିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ଭିଭିନ୍ନ ସରକାରୀ ହସ୍ପିଟଲ ଗୁଡିକରେ ନସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦେକ୍ଷପ ନିଆଯାଉ ଏବଂ ଅନ୍ୟରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏନଏଚଏମ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓ ମାନଙ୍କୁ ନିଯୁକ୍ତି ଦିଆଯାଉ ଏଭଳି ୧୦ଦଫା ଦାବି ନେଇ ଧାରଣାରେ ବସିଛନ୍ତି । ସରକାର ଆମର ନ୍ୟର୍ଯ୍ୟଦାବି ପୁରଣ ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଡି ବସିଛନ୍ତି । ଏହି ଧାରଣାରେ ନୂଆପଡା ନସିଂ କର୍ମଚାରୀ ସଂଘର ସଭାପତି ଅନିତାରେଖା ଜାଲ ଏବଂ ସମ୍ପାଦକ କନକ ବର୍ଦ୍ଧନ ସାହୁଙ୍କ ସହ ସମସ୍ତ ନସିଂ ଅଫିସର ସାମିଲ ଅଛନ୍ତି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ