।। ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ ।।

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଓଡ଼ଗାଁ ସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର କୁ ପରିଭ୍ରମଣ କରିଥିଲେ।କେନ୍ଦ୍ରର ପରିଚାଳକ ବିଭୁ ଭୂଷଣ ମିଶ୍ର,ପ୍ରଶିକ୍ଷିକା ପୁଷ୍ପାଞ୍ଜଳି ରାଉତ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପରିଧାନ ବିଭାଗ ର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ର ଙ୍କ ସହାୟତା ରେ ବିଭିନ୍ନ ପ୍ରକାର ହାତ ସିଲେଇ ଦ୍ୱାରା ଗୃହ ସଜ୍ଜା ସାମଗ୍ରୀ ସିଲେଇ ବିଷୟରେ ଶିକ୍ଷାର୍ଥୀ ଙ୍କୁ ଶିକ୍ଷା ଦେଇଥିଲେ।ଏହି ପରିଭ୍ରମଣ ରେ କେନ୍ଦ୍ର ର କର୍ମଚାରୀ ପ୍ରଦୀପ ମହାରଣା,ଦେବୀପ୍ରସାଦ ମିଶ୍ର ସହଯୋଗ କରିଥିଲେ। ଧନ୍ଦାମୂଳକ ଶିକ୍ଷା ର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞ। ପରାମିତ ସାହୁ ଏବଂ ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ର ଉପାଦେୟତା ବିଷୟରେ ମତ ପ୍ରକାଶ କରିଛନ୍ତି ।ଶିକ୍ଷାର୍ଥୀ ଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଧନ୍ଦାମୂଳକ ଶିକ୍ଷା ରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ମାନେ ମତ ଦେଇଛନ୍ତି।
ନୟାଗଡ଼ ଜିଲ୍ଲାରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






