।। ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ ।।

Jun 28, 2024 - 18:08
 0  44
।। ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ ।।

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ) ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପରିଧାନ ବିଭାଗ ର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ର ଙ୍କ ସହାୟତା ରେ ବିଭିନ୍ନ ପ୍ରକାର ସିଲେଇ ମେସିନ ର ପରିଚାଳନା ଏବଂ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ରେ କିପରି ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରାଯିବ ସେ ବିଷୟରେ ଶିକ୍ଷାର୍ଥୀ ଙ୍କୁ ଶିକ୍ଷା ଦେଇଥିଲେ।ଏହି ପରିଭ୍ରମଣ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ମିଶ୍ର ,ଦାମୋଦର ସାହୁ, ପ୍ରଶାନ୍ତ ଦାସ, ଜନାର୍ଦ୍ଦନ ପରିଡ଼ା,ପ୍ରଜ୍ଞା ପାରମିତା ସାହୁ,ସୁନୀତା ସାହୁ,ଗୋଦାବରୀ ବସନ୍ତିଆ(ସି ଆର ସି ସି) ,ଆଲୋକ ରଂଜନ ମଲ୍ଲିକ, ଜଗନ୍ନାଥ ଗୌଡ ସମେତ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଚିନ୍ମୟୀ ସାହୁ ସହଯୋଗ କରିଥିଲେ।ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ସାହୁ ଧନ୍ଦାମୂଳକ ଶିକ୍ଷା ରେ ଶିଳ୍ପାନୁଷ୍ଠାନ ପରିଭ୍ରମଣ ର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ରଖିଥିଲା ବେଳେ ଧନ୍ଦାମୂଳକ ଶିକ୍ଷା ର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞ। ପାରମିତା ସାହୁ ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ର ଉପାଦେୟତା ସହ ଛାତ୍ର ଛାତ୍ରୀ ଭବିଷ୍ୟତ ରେ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର ଛାତ୍ର ଛାତ୍ରୀଙ୍କ ଶିଳ୍ପ ପରିଭ୍ରମଣ ସାମ୍ଭବ୍ୟ କ୍ୟାରିଅର ପଥ ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆବଶ୍ୟକ କୌଶଳ ଏବଂ ଯୋଗ୍ୟତା ବିଷୟରେ ଜାଣିପାରିବେ ବୋଲି ଯୁକ୍ତି ରଖିଛନ୍ତି ।ଶିକ୍ଷାର୍ଥୀ ଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଏହି ଶିକ୍ଷା ରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟିତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି।

ନୟାଗଡ଼ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ