ଦୁର୍ଗମ ଅଂଚଳ ରେ ଲଷ୍ମୀ ବସ ଚାଲିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର:କୁନି ସର୍ଦାର ଙ୍କ ଉଦ୍ୟମ କୁ ସାଲାମ
ରାଇରଙ୍ଗପୁର ୧୩/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ଏବେବି ଏ ସବୁ ଯୋଜନା ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ର ଚଢେଇ ପାହାଡି ପଂଚାୟତ ର କିଛି ଅଂଚଳ ପାଇଁ ସ୍ବପ୍ନ ହୋଇ ରହିଯାଇଛି। ଲଷ୍ମୀବସ୍ ଚଢେଇ ପାହାଡି ପର୍ଯ୍ୟନ୍ତ ଯାଉଛି l ଲଷ୍ମୀ ବସ୍ ଯୋଜନାରେ ଲୋକେ ୫ଟଙ୍କା ଗ୍ରାମାଞ୍ଚଳ ରୁ ବଜାର କୁ ଯିବେ ବୋଲି ସ୍ବପ୍ନ ତାହା ସ୍ବପ୍ନ ରେ ହିଁ ରହି ଯାଇଛି l ଏହି ବିଷୟରେ ବାମନଘାଟି ଉପଖଣ୍ଡସ୍ତରୀୟ ଯୁଗ୍ମ ଶୁଣାଣୀ ରେ ଚଢେଇ ପାହାଡି ସମିତି ସଭ୍ୟା କୁନି ସର୍ଦାର ଏବଂ ପଂଚାୟତ ବାସୀ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଥିଲେ l ଲଷ୍ମୀବସ୍ ଟି ଡୁମୁରିକୁଦର, ଭୀମଖନ୍ଧା, ପଣ୍ଡୁ ପାଣି, ଜାମ ପାଣି,ବଳରାମ ପୁର,କଙ୍କଡା ବେଡା, ଗୋବିନ୍ଦ ପୁର ଦେଇ ଯିବା ଆସିବା କରୁ l ବସ୍ ଯାତାୟାତ ନ କରିବା ବହୁତ ଦୁଃଖ କଥା lଏହି ଅଂଚଳ ରୁ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଲଷ୍ମୀବସ୍ ରେ ଯିବା ଆସିବା କରି ପାରିବେ, ସେଥିପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l
What's Your Reaction?
Like
0
Dislike
0
Love
0
Funny
0
Angry
1
Sad
0
Wow
0