ଦାୟିତ୍ଵ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା, ଏକାଠି ହେଲେ ଦୁଇ ବ୍ଲକର ବିଜେଡି କର୍ମୀ
ପଡିଆ, ୦୮/୦୪ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ଦେବେ ମାଡି ନିର୍ବାଚିତ ହେବା ପରେ ଆଜି ସେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିପାଇଁ ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ପୂଜାର୍ଚନା ଅନୁଷ୍ଟିତ କରାଯିବା ସହ ପାରମ୍ପରିକ ପଦ୍ଧତିରେ ଶ୍ରୀମତୀ ମାଡି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଇଥିଲା। ପୂର୍ବରୁ କାଲିମେଳା ବ୍ଲକରେ ୧୦ ବର୍ଷ ଧରି ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟର ଅଭିଜ୍ଞତା ରହିଥିବାରୁ ପଡିଆ ବ୍ଲକର୍ ଉନ୍ନତିରେ ଦେବେ ଦାୟିତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଏହି ଅବସରରେ ବିଶେଷ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ମାନସ ମାଡକାମି କହିଛନ୍ତି। ଦେବେଙ୍କ ଏହି ଦାୟିତ୍ଵ ଗ୍ରହଣ ବେଳେ କାଲିମେଳା ଓ ପଡିଆ ଉଭୟ ବ୍ଲକର ଶହେରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଉପସ୍ଥିତ ହୋଇଥିବାରୁ ଉଭୟ ପଡୋଶୀ ବ୍ଲକରେ ବ୍ଲକ ଅଧ୍ୟକ୍ଷାଙ୍କୁ ନେଇ ଉତ୍ସାହ ରହିଥିବା କୁହାଯାଇଅଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଚୀନାମ ରାବିଡ଼ କୁମାର, ବରିଷ୍ଠ ବିଜେଡି କର୍ମୀ ଏମଡି ଫାରୁକ, କଲ୍ୟାଣ ବିଶ୍ବାସ, ମେଷାକ ରବି ମାଦ୍ରୀ, ସନାତନ ବିସ୍ଵାଶ, ସତ୍ୟନାରାୟଣ ମାଝୀ, କେ ଦେବେନ୍ଦ୍ର ରାଓ, ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟା ସମେତ ପଡିଆ ଓ କାଲିମେଳା ବ୍ଲକର ଶହେରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଅନ୍ୟପଟେ ବ୍ଲକ ଅଧ୍ୟକ୍ଷାଙ୍କ ଦାୟିତ୍ଵ ଗ୍ରହଣ ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏଇଇ ବିଶ୍ନୁ ମହାପାତ୍ର, ବରିଷ୍ଠ କିରାଣୀ ଦେବା ମାଡକାମି ସମେତ ଅନ୍ୟମାନେ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ ଜଣାଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0