ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ଏକ ବଡ଼ ସଫଳତା:ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୋଲିସ

Jul 22, 2026 - 17:52
 0  189
ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ଏକ ବଡ଼ ସଫଳତା:ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୋଲିସ

ଦାରିଙ୍ଗବାଡି ୨୨/୭/୦୨୬(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲା ରେ ଗଞ୍ଜେଇ ମୁକ୍ତ କରିବା ପାଇଁ କନ୍ଧମାଳ ପୋଲିସ ଅବନବ ପ୍ରାୟାସ କରୁଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି କନ୍ଧମାଳ ଜିଲ୍ଲା ରେ ସବୁଠାରୁ କମ୍ ମାତ୍ର ରେ ଚାଷ ହେଉଥିବା ସ୍ଥାନରେ ବ୍ୟାପକ ଗଞ୍ଜେଇ ଜବତ କରିଛି ପୋଲିସ I ଏପରି ଏକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଗ୍ରୀନ୍ ବାଡ଼ି ଗ୍ରାମରେ ସୂଚନା ଅନୁଯାୟୀ ଦୀର୍ଘ ଛଅ ମାସ ହେବ ଜଣେ ଭଡ଼ାରେ ରହିବା କହି ବିଭିନ୍ନ ସ୍ଥାନରୁ ଗଞ୍ଜେଇ କିଣି ଭଡ଼ା ଘରେ ରଖିଥିଲେ ଆଉ ସେହି ଘରେ ରଖି ତାହା ମେସିନ୍ ସାହାଯ୍ୟରେ ଭିଡ଼ିବା ପାଇଁ ଦୁଈ ଗଞ୍ଜେଇ ମାଫିଆଙ୍କୁ ନିଜ ଘରେ ରଖିଥିଲେ I ସେହି ଦୁର୍ବୁତ୍ତ ମାନେ ଘର ତାଲାଚାବି ବନ୍ଧ କରି ବାରିପଟୁ ଘର ଭିତରେ ଗଞ୍ଜେଇ ଭିଡ଼ି ବାରେ ବ୍ଯସ୍ତ ଥିଲେ ସେହି ସମୟରେ ଦାରିଙ୍ଗବାଡି କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଦୁର୍ବୁତ୍ତ ଙ୍କୁ କାବୁ କରିବା ସହ ସେ ମାନଙ୍କ ଠାରୁ ଗଞ୍ଜେଇ ସହ କିଛି ସାମଗ୍ରୀ ଜବତ କରିଛି ପୋଲିସ I ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ ଧରିବାରେ ସଫଳତା ଥାନାଠାରୁ ମାତ୍ର ଗୋଟିଏ କିମି ଦୂରତା ଗ୍ରୀନବାଡ଼ି ଅଞ୍ଚଳରେ ଏକାଧିକ ଯୁବକ କିଛି ଦିନ ହେବ ଅଞ୍ଚଳରୁ ଗଞ୍ଜେଇ ଚାଷୀଙ୍କଠାରୁ ଗଞ୍ଜେଇ ଆଣି କମ୍ପ୍ରେସର ମେଶିନ ଓ ଓ୍ବେଲ୍ଡିଂ ମେଶିନର ସହାୟତାରେ ପ୍ୟାକିଂ କରି ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସୂଚନା। କୌଣସି ସୂତ୍ରରୁ ସୂଚନା ପାଇ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା ଓ ସହଯୋଗୀ ଚଢ଼ାଉ କରିଥିଲେ। ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମ ର ସଞ୍ଜୟ ସାହୁ (୨୯)ଓ ଲାଇନ ପଡ଼ା ଗ୍ରାମର ସୁଧୀର ସାହୁ (୨୧) ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜବତ କରିଥିବା ବେଳେ ଏନେଇ ଥାନା କେଶ୍ ନଂ୧୯୫/୨୦୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସଏଥିରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୫ କେଜି ଗଞ୍ଜେଇ ସମେତ ଗୋଟିଏ ହାତରେ ଚଳାଯାଉଥିବା କମ୍ପ୍ରେସର ମେଶିନ, ୨ଟି ଓ୍ବେଲ୍ଡିଂ ମେଶିନ ଓ ୨ଟି ମୋବାଇଲ ଜବତ କରାଯାଇ ଅଧିକ ତଦନ୍ତ ଚଳାଇଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା ଙ୍କ ସୂଚନା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ