।। ଥାନା ଅଧିକାରୀ ଙ୍କ ଗାଡି ଧକ୍କା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର ।।

Nov 7, 2023 - 20:37
 0  17
।। ଥାନା ଅଧିକାରୀ ଙ୍କ ଗାଡି ଧକ୍କା ରେ ସ୍ବାମୀ  ମୃତ ସ୍ତ୍ରୀ ଗୁରୁତର ।।

ବଲାଙ୍ଗୀର,ତା୦୭-୧୧: ବଲାଙ୍ଗୀର ୨୬ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଣେ ମୃତ ଜଣେ ଗୁରୁତର। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପ୍ରଧାନଙ୍କ ଗାଡି ଧକ୍କା ଦେଇଥିବା ସୁଚନା ମିଳିଛି । ବରଗଡ଼ ରୁ ବଲାଙ୍ଗୀର ଫେରୁଥିବା ବେଳେ ଛତାମଖନା ଛକ ନିକଟରେ ଆଇଆଇସି ଙ୍କ ଗାଡି ବଲାଙ୍ଗୀର ରୁ ଦୁର୍ଗାପାଲି ଫେରୁଥିବା ବେଳେ ପାଲେଶ୍ୱର ଘିବେଲା ଓ ତାଙ୍କ ସ୍ତ୍ରୀ ପିଙ୍କି ଘିବେଲା ଙ୍କ ବାଇକ କୁ ଧକ୍କା ଦେଇଥିଲା ଓ ଭରସାମ୍ୟ ହରାଇ ନିକଟରେ ଥିବା ଗଛକୁ ପିଟିଥିଲା। ଘଟଣାସ୍ଥଳରେ ପାଲେଶ୍ୱର ଙ୍କ ମୃତ୍ୟ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇ ଚିକିତ୍ସାଧୀନ ଅଛନ୍ତି । ଆଇଆଇସି ଶ୍ରୀ ପ୍ରଧାନ ମଧ୍ୟ ଗୁରୁତର ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଛି। ସେପଟେ ଗୁରୁତର ମହିଳା ଙ୍କ ସ୍ଥିତି ସଙ୍ଗିନ ଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିବା ନେଇ ସୂଚନା ମିଳି ଥିବା ବେଳେ ତାଙ୍କ ପରିବାର ଲୋକେ ଥାନାଧିକାରୀ ଗାଡି ଚଳାଇଥିଲେ ବୋଲି ଅଭିଯୋଗ ସହ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ଦାବି ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଯୋଗ କରିଛନ୍ତି।

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ