।। ତାରିଣୀ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ମାନେ ପାଳନ କଲେ ବାର୍ଷିକ ଉତ୍ସବ।।

Apr 27, 2024 - 19:05
 0  20
।। ତାରିଣୀ ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ ମାନେ ପାଳନ କଲେ ବାର୍ଷିକ ଉତ୍ସବ।।

ତାରିଣୀ ପବ୍ଲିକ ସ୍କୁଲ ଘଟଗାଁ ଛାତ୍ର ଛାତ୍ରୀ ମାନେ ପାଳନ କରିଛନ୍ତି ବାର୍ଷିକ ଉତ୍ସବ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀ ପ୍ରାସାଦ ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଶମ୍ଭୁନାଥ ରାଉତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ପଦ୍ମଲୋଚନ ବଳ ଓ ରମେଶ ଚନ୍ଦ୍ର ବଳ ଯୋଗଦେଇ ମଞ୍ଚ ର ଶୋଭା ବଢ଼ାଇଥିଲେ।ଏହି ଉତ୍ସବର ମୁଖ୍ୟ ଲକ୍ଷ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଲୋଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଓ ସଂଘର୍ଷ ମୟ ଜୀବନରେ ସଫଳତା ପାଇଁ ଆଗକୁ ବଢିବା ଲାଗି ଉତ୍ସାହିତ କରିବା। ମୁଖ୍ୟ ବକ୍ତା ନିଜ ଅଭି ଭାଷଣ ରେ କହିଥିଲେ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା। ଏଠାରେ ପିଲା ମାନଙ୍କ ଭବିଷ୍ୟତ ଯେମିତି ଗଢ଼ିବ ଆଗାମୀ ଦିନରେ ସେମାନେ ସେମିତି ଏକ ଭଲ ମଣିଷ ହୋଇ ବାହାରିବା ସଙ୍ଗେ ଗୁରୁ ଙ୍କ ନାମ ଉଚ୍ଚରେ ରଖିବେ। ଆହୁରି ମଧ୍ଯ କହିଥିଲେ ବିଦ୍ୟା ମଣିଷ ଜୀବନରେ ସବୁଠାରୁ ଗୁରୁତ୍ଵ ପୁର୍ଣ୍ଣ।ତେବେ ସଭା କାର୍ଯ୍ଯ ସରିବା ପରେ ଶେଷରେ ତାରିଣୀ ପବ୍ଲିକ ସ୍କୁଲ ର ଶ୍ରେଷ୍ଠ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ। ଏବଂ ମୁଖ୍ୟ ଅତିଥି ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସଞ୍ଜୟ କୁମାର ଦାସଙ୍କୁ ଅନେକ ପ୍ରଶଂସିତ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲ ସାଂସ୍କୃତିକ କାର୍ଯ୍ୟକ୍ରମ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ