।। ତଲଝାପିରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।।

Feb 15, 2024 - 12:08
 0  30
।। ତଲଝାପିରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ତଲଝାପି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ "ଆମ ଓଡିଶା ନବୀନ ଓଡିଶା" ର ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ସରପଞ୍ଚ ଶୁଭାସିଂ ମାଝୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ଯା ପ୍ରମୀଳା ମାଝୀ, ଏଇଇ ଦିଲ୍ଲୀପ କୁମାର ପଟେଲ, ସାମାଜିକ ସୂରକ୍ଷା ଅଧିକାରୀ ସୁନାରାମ ସୋରେନ୍, ବିଧାୟକ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବିଜେଡ଼ି ବ୍ଲକ୍ ସଭାପତି କପିଳାସ ନାଏକ, ପୂର୍ବତନ ବ୍ଲକ୍ ଉପାଧ୍ଯକ୍ଷ ଗୋବିନ୍ଦ ବଣୁଆ, ସ୍ଥାନୀୟ ସମିତି ସଭ୍ଯା ଶାନ୍ତି ମାଝୀ, ନାୟବ ସରପଞ୍ଚ ଜୟନ୍ତୀ ନାଏକ, ବିଜେଡି ଛାତ୍ର ଯୁବ ସଭାପତି ସୁଜନ କୁମାର ନାଏକ, ରୋଜଗାର ସେବକ ସୁରେନ୍ଦ୍ର ସେଠି ଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରଙ୍କ ପକ୍ଷରୁ ଯାହାସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ସେହି ସବୁ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁଛି କି ନାହିଁ ସେହି ଯୋଜନା ଉପରେ ନିଜ ନିଜ ବକ୍ତବ୍ୟରେ ପୁଙ୍ଖାନୁପୁଙ୍ଖ ଭାବରେ ଯୋଗଦାନ କରିଥିବା ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଳକ କର୍ମଚାରୀ ନୋଡାଲ ଅଫିସର ଜେଇ ପ୍ରତାପ କୁମାର ସାହୁ ଉପସ୍ଥିତ ରହିଥିଲେ। ଶିବିରକୁ ତଲଝାପି ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁ ଆୟୋଜନ କରିଥିବା ବେଳେ ପଞ୍ଚାୟତର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ମାନଙ୍କ ଦ୍ବାର ନୃତ୍ୟ ପରିବେଷଣ ହୋଇଥିଲା। ଏଥିରେ ବିଭିନ୍ନ ବ୍ଯକ୍ତିତ୍ବ ଓ କୃତିତ୍ବ ହାସଳ କରିଥିବା ବ୍ଯକ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ସଚେତନ ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ଏହି ଶିବିରରେ ବ୍ଳକରେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ବିଭାଗ ମଧ୍ୟରୁ ଉଦ୍ଯାନ ବିଭାଗ, ସମନ୍ବିତ ଶିଶୁ ବିକାଶ ଅଧିନରେ ଥିବା ଅଙ୍ଗନବାଡି ଷ୍ଟଲ, ଓଡିଶା ଜୀବିକା ମିଶନ ଶକ୍ତି ଷ୍ଟଲ, ବ୍ଳକ ପ୍ରାଣୀ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଷ୍ଟଲ ସବୁ ଖୋଲାଯାଇ ଉପସ୍ଥିତ ଲୋକଙ୍କୁ ସଚେତନତା ସୃଷ୍ଟି କରିଥିଲେ। ମଞ୍ଚ କୁ ସୁନୀଲ କୁମାର ମାଝୀ ପରିଚାଳନା କରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ