।। ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ।।

Feb 9, 2024 - 20:29
 0  9
।। ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ।।

ରାୟଗଡ:-ତା.୦୯/୦୨/-ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ,ରାୟଗଡ ଠାରେ ଅନୁଷ୍ଠିତ କର୍ମଶାଳାରେ ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାଏକ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଆଦି ଯୋଗଦାନ କରି ଆୟୋଜନ କରିଥିଲେ l ଆଜିର ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାର ଆଇନ ବିଶେଷଜ୍ଞ ହର୍ଷ ପରିଚ୍ଛା ଓ ତାଙ୍କ ସହକର୍ମୀ ଭିଡିଓ କନଫରେନ୍ସ ମାଧ୍ୟମରେ ସୂଚନା ଅଧିକାର ଆଇନର କାର୍ଯ୍ୟ ଓ ନିୟମ ଉପରେ ଆଲୋଚନା କରିଥିଲେ ।ବିଶେଷ କରି ସୂଚନା ଅଧିକାର ଆଇନର ଧାରା ୪-୧(ଖ ) ଅନୁଯାୟୀ ସ୍ବେଛାକୃତ ସୂଚନା ଅପଡେଟ କରିବା ଓ ସମସ୍ତ ପ୍ରକାର ମାନୁଆଲର ଅଧୁନାତନ କରିବା ଉପରେ ତାଲିମ ପ୍ରଦାନ କରିଥିଲେ l ଏହା ସହିତ ଅଂଶଗ୍ରହଣ କlରିମାନଙ୍କ ପ୍ରଶ୍ନ ଉତ୍ତର ଉପରେ ଆଲୋଚନା କରିଥିଲେ l ଆଜିର ଏହି ତାଲିମରେ ଜିଲ୍ଲାର ବିଭିନ୍ନ ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟଳୟରୁ ପ୍ରଥମ ଅପିଲ କର୍ତୃପକ୍ଷ ଓ ଜନ ସୂଚନା ଅଧିକାରୀ ମlନେ ଯଥା କଲ୍ୟାଣ ସିଂପୁର ତହସିଲଦାର ରଞ୍ଜନ ମlନସେଠ, ରାମନାଗୁଡ଼ା ତହସିଲଦାର ନିର୍ମଳ ସାହୁ,ଶ୍ରୀ ବିପିନ ଚନ୍ଦ୍ର ନାୟକ ,ଆସିଷ୍ଟାଣ୍ଟ କଲେକକ୍ଟର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣୁପର ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ,ଶ୍ରୀ ଡମ୍ୱରୁଧର ବେହେରା ଅତିରିକ୍ତ ତହସିଲଦାର, ରାମନାଗୁଡା,ଶ୍ରୀ ଦେବାଶିଶ୍ ବିଶ୍ୱାସ୍, ଅତିରିକ୍ତ ତହସିଲଦାର, ରାୟଗଡ , ଶ୍ରୀ ଅଂଶୁମାନ ପରିଡା,ଅତିରିକ୍ତ ତହସିଲଦାର ,ଗୁଣପୁର ଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ