।। ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ସମ୍ମାନିତ ହେଲେ ଯୁବ ଭୋଟର ।।
ରାୟଗଡା ତା:25.1.2024. ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ଗୁରୁବାର ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲାପାଳ ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହ୍ନର ଏବଂ ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ମଞ୍ଚାସୀନ ହୋଇଥିଲେ। ଜିଲ୍ଲାପାଳ ଚଳିତ ନିର୍ବାଚନ ବର୍ଷରେ ରେକର୍ଡ ସଂଖ୍ୟକ ନୂତନ ଯୁବ ପ୍ରତିଭା ପଞ୍ଜୀକରଣ କରିଥିବାରୁ ସାଧୁବାଦ ଜଣାଇବା ସହ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ନିଜକୁ ସାମିଲ କରିବା ନିମନ୍ତେ ଉତ୍ସାହିତ କରିଥିଲେ। ଜିଲ୍ଳାରେ ମୋଟ ସାତ ଲକ୍ଷ ଚାରି ହଜାର ପାଞ୍ଚ ଶହ ତିନି ଜଣ ଭୋଟର ଅଛନ୍ତି। ସେଥିରୁ 138 ଗୁଣପୁର ରେ 221495 ବିଷମକଟକ ରେ 232442 ଓ ରାୟଗଡା ନିର୍ବାଚନ ମଣ୍ଡଳୀରେ 250566 ଜଣ ଭୋଟର ଆଗାମୀ ନିର୍ବାଚନରେ ନିଜ ମତଦାନ କରିବେ । ଜିଲ୍ଲାର ଜନସଂଖ୍ୟା ତୁଳନାରେ ଶତକଡା 65.77 ଭାଗ ଭୋଟରଙ୍କ ମଧ୍ୟରୁ ଶତକଡା 69.85 ଭାଗ ମହିଳା ଓ ପୁରୁଷ 61.70 ଭାଗ। ସକାଳ ସାଢେ ଆଠଟା ସମୟରେ ସ୍ଥାନୀୟ ଗଜପତି ଛକ ରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଓଭରବ୍ରିଜ ଦେଇ ସଭାସ୍ଥଳରେ ପହଞ୍ଚିଥିଲା । ରଙ୍ଗ ବେରଙ୍ଗର ପ୍ଲାକାର୍ଡ, ଶହେ ମିଟର ଲମ୍ବର ବ୍ୟାନରରେ ଯୁବ ଭୋଟରଙ୍କ ନିମନ୍ତେ ସଚେତନତା ବାର୍ତ୍ତା ସହ ସ୍ଲୋଗାନ ଦେଇ ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ, ଯୁବ ଭୋଟର, ଅଙ୍ଗନବାଡି କର୍ମୀ, ଶିକ୍ଷକ, ବୁଥ ସ୍ତରୀୟ ଅଧିକାରୀ, ବିଭିନ୍ନ ଦପ୍ତରର କର୍ମଚାରୀ, ରାୟଗଡା ସଚେତନ ନାଗରିକ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । 21 ଜଣ ନୂତନ ଭୋଟରଙ୍କୁ ଭୋଟର ପରିଚୟପତ୍ର ବଣ୍ଟନ କରାଯାଇଥିଲା । ସମସ୍ତ ଉପସ୍ଥିତ ଭୋଟର ଙ୍କୁ ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ଶପଥପାଠ କରାଇଥିଲେ। ଏହି ଅବସରରେ ମହାବିଦ୍ୟାଳୟ ସ୍ତରରେ ସ୍ଲୋଗାନ, ପୋଷ୍ଟର ଓ କୁଇଜ ଆଦି ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା ଓ ପ୍ରଥମ ତିନି ଜଣ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ତିନୋଟି ନିର୍ବାଚନ ମଣ୍ଡଳୀର ଉତ୍ତମ କାର୍ଯ୍ୟ ସମ୍ପାଦନ ନିମନ୍ତେ ତିନିଜଣ ଲେଖାଏଁ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ରଘୁବାରି ର ଶିକ୍ଷକ ମନୋରଞ୍ଜନ ଶବର, ବନ୍ଦୀରି ଶିକ୍ଷକ ରଜନୀକାନ୍ତ ବଳୀୟାରସିଂହ, କୁଯେନ୍ଦ୍ରୀ ରୁ ଫାଲ୍ଗୁନୀ ଗାଣ୍ଟା , ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ଡମ୍ବରୁ ଗରୁଡ଼ନାକା, ସୋମନାଥ ଦାସ ଓ ମଧୁବନ ପିଡିକାକା ଏବଂ ରାୟଗଡା ନିର୍ବାଚନ ମଣ୍ଡଳୀ ରୁ ଅଙ୍ଗନବାଡି କର୍ମୀ କେ ନୀଳାଦ୍ରି, ଶଙ୍କର ନାରାୟଣ ବେହେରା ଓ ମନସ୍ତ ମାଝୀ ପୁରସ୍କୃତ ହୋଇଛନ୍ତି । ବୈଠକ ସ୍ଥଳରେ ସେଲଫି ପଏଣ୍ଟ, ଦସ୍ତଖତ ବ୍ୟାନର ସହ ନିର୍ବାଚନ ସଚେତନତା ସମ୍ପର୍କିତ ଏକ ଫଟୋ ଗ୍ୟାଲେରି ଉଦଘାଟିତ ହୋଇଥିଲା । ଶେଷରେ ରାୟଗଡା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଡେପୁଟି କଲେକ୍ଟର କୃଷ୍ନ ଚନ୍ଦ୍ର ଦାଶ୍, ସୂର୍ଯ୍ୟମଣି ଭୋଇ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଶିକ୍ଷକ ନୀଳାଞ୍ଚଳ ମିଶ୍ର, ଚନ୍ଦ୍ର ଶେଖର ରଥ, ଭାରତୀ ଜେନା , ଶୁହଂସ ଭୋଇ ପ୍ରମୁଖ ସହଯୋଗ କରିଥିଲେ।
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0