ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ର ତାଲିମ କାର୍ଯକ୍ରମ ଅନୁଷ୍ଠିତ

Aug 14, 2024 - 21:47
 0  21
ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ର ତାଲିମ କାର୍ଯକ୍ରମ ଅନୁଷ୍ଠିତ

ନୁଆପଡ଼ା : ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ନୂଆପଡ଼ା ଠାରେ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ଯୌନ ନିର୍ଯାତନା (ନିଷେଧ, ନିବାରଣ ଏବଂ ପ୍ରତିକାର) ଇନ -୨୦୧୩ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଆଇ ଆଇ.ସି.ସି ଏବଂ ଏଲ.ସି.ସି ର ସଦସ୍ୟ ମାନଙ୍କର ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ତାଲିମ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମଧୁସୂଦନ ଦାସ ଜିଲ୍ଲାପାଳ ନୂଆପଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ଜିଲ୍ଲାର ଯେଉଁ ବିଭାଗରେ ୧୦ରୁ ଅଧିକ କର୍ମଚାରୀ କାର୍ଯରତ ଅଛନ୍ତି, ଆସନ୍ତା ୭ ଦିନ ମଧ୍ୟରେ ଆଇ.ସି.ସି ଗଠନ କରିବା ପାଇଁ ନିର୍ଦେଶ ଦେଇଥିଲେ । ସଙ୍ଗୀତା ପାତ୍ର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତାଲିମ ସ୍ୱାଗତ ଭାଷଣ ଦେଇଥିଲେ । ବନୀତା ଦାଶ, ସଚିବ, ଜିଲ୍ଲା ଆଇନ ପ୍ରାଧିକରଣ ସେବା ନୂଆପଡ଼ା ଅବଂ ଆଡଭୋକେଟ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ହୋତା କର୍ମକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା ଜନିତ ସମସ୍ୟା, ପ୍ରତିରୋଧ ଓ ନିବାରଣ ନିମନ୍ତେ ଉଦ୍ଦିଷ୍ଟ ଆଇନ -୨୦୧୩ ଅନୁଯାଇ ଥିବା ବିଧିବଦ୍ଧ ବ୍ୟବସ୍ଥା ଏବଂ ଏହାର ନିରାକରଣ ନିମନ୍ତେ ତାଲିମ ଦେଇଥିଲେ । ଜିଲ୍ଲାର ସମସ୍ତ ବିଭାଗିୟ ଅଧୂକାରୀ, ପୋଲିସ, ସାମାଜିକ ଅନୁଷ୍ଠାନ,ବ୍ୟାଙ୍କ, ବାଣିଜ୍ୟ ଅନୁଷ୍ଠାନ, ସଖୀ, ଜିଲ୍ଲା ମହିଳା ସ୍ଵୟଂ ସହାୟକ ସଂଘ ତାଲିମ୍ ନେଇଥିଲେ । ହରିପ୍ରିୟା ପଟେଲ ସୁରକ୍ଷା ଅଧିକାରୀ, ନୂଆପଡ଼ା ଧନ୍ୟବାଦ ଦେଇଥିଲେ ଓ ରଞ୍ଜନ କୁମାର ସାହୁ ଜିଲ୍ଲା ସଂଯୋଜକ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ