ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ:୧୦୨.୪୨ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ:୧୨୯୬ ଜଣଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ:ରିଫ୍ରାକ୍ଟରୀ ସାମଗ୍ରୀ, ଓ କାଚ ନିର୍ମାଣ କ୍ଷେତ୍ରରେ ହେବ ପୁଞ୍ଜିନିବେଶ
ଝାରସୁଗୁଡ଼ା, ୩୦/୦୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ନୂତନ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। କମିଟି ପକ୍ଷରୁ ମୋଟ ୧୦୨.୪୨ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରସ୍ତାବକୁ ଆନୁଷ୍ଠାନିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ନୂତନ ଶିଳ୍ପ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ରିଫ୍ରାକ୍ଟରୀ ସାମଗ୍ରୀ, ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍ ବୋତଲିଂ ୟୁନିଟ୍ ଏବଂ କାଚ ନିର୍ମାଣ (ଗ୍ଲାସ୍ ମାନୁଫାକ୍ଚରିଂ) କ୍ଷେତ୍ର ସହ ଜଡ଼ିତ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାରେ ମୋଟ ୧୨୯୬ ଜଣ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ଯାହା ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଉକ୍ତ ବୈଠକରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ଅରିନ୍ଦମ ପ୍ରଧାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ପ୍ରତିନିଧି, ଇଡ଼କୋ ସମ୍ବଲପୁରର ବିଭାଗୀୟ ମୁଖ୍ୟ, ଝାରସୁଗୁଡ଼ା ତହସିଲଦାର, କୋଲାବିରା ତହସିଲଦାର ଏବଂ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0