ଜନଗଣନା ୨୦୨୭ ପାଇଁ ଆଲୋଚନା ଏବଂ ତାଲିମ ପ୍ରସ୍ତୁତି କାର୍ଯ୍ୟକ୍ରମ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫.୦୨.୨୦୨୬ ରିଖ: ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜନ ଗଣନା ୨୦୨୭ ପାଇଁ ଆଲୋଚନା ଓ ତାଲିମ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ବିଶ୍ଵଜିତ ବର୍ମନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ! ଜନଗଣନା ନିର୍ଦ୍ଦେଶାଳୟ ,ଭୁବନେଶ୍ୱର ରୁ ଆସିଥିବା ଉପ ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ ପି ପି ଟି ମାଧ୍ୟମରେ ଜନଗଣନା ୨୦୨୭ ପାଇଁ ସରକାରଙ୍କ ଆଭିମୁଖ୍ୟ,ପ୍ରସ୍ତୁତି,ପଦକ୍ଷେପ,ପ୍ରକ୍ରିୟା ଉପରେ ବିଶେଷ ଆଲୋଚନା କରିଥିଲେ ! ଆମ ଦେଶର ଏହି ଜନଗଣନା ୧୬ ତମ ଏବଂ ସ୍ଵାଧୀନ ପରବର୍ତ୍ତୀ ଭାରତ ବର୍ଷରେ ୮ ତମ ଜନଗଣନା ଅଟେ ! ଜିଲ୍ଲାରେ ପ୍ରମୁଖ ଜନଗଣନା ଅଧିକାରୀ ଜିଲ୍ଲାପାଳ ଥିବାବେଳେ ମୋଟ ୧୨ ଜଣ ଜନଗଣନା ଚାର୍ଜ ଅଧିକାରୀଙ୍କ ସମେତ ୩୩୦୦ ଜଣ ଗଣନାକାରୀ ଓ ସୂପରଭାଇଜର ଜନଗଣନା ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ !ଏହି ଗଣନାକାରୀ,ସୁପରଭାଇଜର୍ ଙ୍କୁ ମାଷ୍ଟର ଟ୍ରେନର ତାଲିମ ଦେବେ !ପ୍ରଥମ ଥର ଡିଜିଟାଲ ମାଧ୍ୟମରେ ଜନଗଣନା କରାଯାଉଛି !ନାଗରିକମାନେ ପ୍ରଥମ ଥର ପାଇଁ ୧.୪.୨୦୨୬ ରୁ ୧୫.୪.୨୦୨୬ ମଧ୍ୟରେ ନିର୍ଦ୍ଧିଷ୍ଟ ମୋବାଇଲ୍ ଆପରେ ଡିଜିଟାଲ ମାଧ୍ୟମରେ ଜନ ଗଣନା ସମ୍ଭଧୀୟ ୩୩ ଟି ବ୍ୟକ୍ତିଗତ ପ୍ରଶ୍ନ ର ଉତ୍ତର ଭର୍ତ୍ତି କରିବେ !ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୬.୪.୨୦୨୬ ରୁ ୧୫.୫.୨୦୨୬ ପର୍ଯ୍ୟନ୍ତ ଘର ତାଲିକା ଓ ଘରଗଣନା କାର୍ଯ୍ୟକ୍ରମ ହେବ ! ଦ୍ୱିତୀୟ ପର୍ଯ୍ୟାୟ ରେ ଜନଗଣନାକାରୀ ୯.୨.୨୦୨୭ ରୁ ୨୮.୨.୨୦୨୭ ପର୍ଯ୍ୟଂତ ଘର କୁ ଘର ଯାଇ ଜନ ଗଣନା କରିବେ ! ଯେଉଁ ମାନେ ନିଜର ବ୍ୟକ୍ତିଗତ ତଥ୍ୟ ସଂଶୋଧନ କରିବାକୁ ଚାହିଁବେ ତେବେ ୧.୩.୨୦୨୭ ରୁ ୫.୩.୨୦୨୭ ମଧ୍ୟରେ କରିପାରିବେ ! ଜନଗଣନା ରେ ଘର,ଆର୍ଥିକ ସ୍ଥିତି, ଶିକ୍ଷା ଓ ଅନେକ ତଥ୍ୟ ସଂଗ୍ରହ ହେବ ଯାହା ପରବର୍ତୀ ସମୟରେ ଦେଶରେ ଅନେକ ଯୋଜନା ଓ ସୁଶାସନ ପାଇଁ ସହାୟକ ହେବ ! ସି ଏମ ଏମ ଏସ ପୋର୍ଟାଲ ମାଧ୍ୟମରେ ଜନଗଣନା ଅଧିକାରୀ ମାନେ ସମୀକ୍ଷା କରି ପଦକ୍ଷେପ ନେବେ ! ଏହି ବୈଠକର ଜିଲ୍ଲା ସ୍ତରୀୟ ଅଧିକାରୀ ,ସମସ୍ତ ତହସିଲଦାର,ଅତିରିକ୍ତ ତହସିଲଦାର,ନିର୍ବାହୀ ଅଧିକାରୀ ନବରଙ୍ଗପୁର/ ଉମରକୋଟ ପୌରପାଳିକା,ଜନଗଣନା ସହ ସଂପୃକ୍ତ କର୍ମଚାରୀ ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0