ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ କରିବାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବଦ୍ଧନା”

Sep 5, 2025 - 23:09
 0  28
ଗୁରୁ-ଶିଷ୍ୟ ପରମ୍ପରାକୁ ସୁଦୃଢ କରିବାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବଦ୍ଧନା”

ବାରିପଦା, ତା. ୦୫.୦୯.୨୦୨୫, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସଏଙ୍କ ପୌରୋହିତ୍ୟରେ ଆଜି ସହିଦ ସ୍ମୃତି ଭବନ, ବାରିପଦାଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବଦ୍ଧନା-୨୦୨୫ ମହାସମାରୋହରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନ‌ୟନ ବିଭାଗର ମନ୍ତ୍ରୀ ମାନ୍ୟବର ଡା. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ନବଚରଣ ମାଝି, ମାନ୍ୟବର ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କରଚନ୍ଦ୍ର ମଢେଇ, ମାନ୍ୟବର ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦ ହାଁସଦା, ମାନ୍ୟବର ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଯଲେନ ନାଏକ ଓ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଭାରତୀ ହାଁସଦା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧୂକାରୀ ତ‌ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରାରମ୍ଭିକ ଭାଷଣରେ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଅତିଥିମାନେ ତାଙ୍କର ଉଦ୍ବୋଧନାରେ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ, ଶିକ୍ଷାବିଦ୍ ଡା. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଶିକ୍ଷାଦର୍ଶନ ଓ ସାଧନାକୁ ସ୍ମରଣ କରିଥିଲେ । ସେମାନେ କହିଥିଲେ ଯେ ରାଧାକୃଷ୍ଣନଜୀଙ୍କ ମତାନୁସାରେ "ଶିକ୍ଷକମାନେ କେବଳ ଜ୍ଞାନଦାତା ନୁହେଁ, ସମାଜ ଗଠନର ଆଧାରଶିଳା" । ତେଣୁ ଗୁରୁଦିବସ ପାଳନ ଦ୍ବାରା ଶିକ୍ଷକଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହିତ ଗୁରୁ-ଶିଷ୍ୟ ସମ୍ପର୍କର ଗଭୀରତା ଉଦ୍‌ବୋଧୂତ ହୁଏ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଚାରିଟି ଉପଖଣ୍ଡରୁ ଚାରିଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ପ୍ରାଥମିକ ସ୍ତରରୁ ୨୫ଜଣ ଶିକ୍ଷକ ଓ ମାଧ୍ଯମିକ ସ୍ତରରୁ ୪୨ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଶିକ୍ଷକମାନଙ୍କର ମନୋବଳକୁ ଦୃଢୀଭୂତ କରିବା ସହିତ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପାରିବେ । ଏହି ଉତ୍ସବ ଗୁରୁପୂଜନର ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଗୁରୁ-ଶିଷ୍ୟ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଆକାଡେମିକ) ଶ୍ରୀଯୁକ୍ତ ବିନୋଦ ସିଂ ଧନ୍ୟବାଦ ଅର୍ପଣ କରିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ସ୍କିମ୍) ଶ୍ରୀଯୁକ୍ତ ଶଶିଧର ସିଂ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଶିକ୍ଷକ ହରେନ୍ଦ୍ର ମହାନ୍ତ, ପ୍ଲାନିଂ ସଂଯୋଜକ ଶ୍ରୀ ମନୋଜ ଶର୍ମା ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନନରେ ଏହି କାର୍ଯ୍ୟଟି ସମ୍ପାଦନ ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ