।। ଗାଁ ମାଟିରେ ଯବାନ ସି.ଏଚ୍. ନାଗରାଜଙ୍କ ସନ୍ ମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ।।

Mar 23, 2024 - 15:53
 0  15
।। ଗାଁ ମାଟିରେ ଯବାନ ସି.ଏଚ୍. ନାଗରାଜଙ୍କ ସନ୍ ମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ।।

ରାୟଗଡ଼ା ଜିଲ୍ଲା ବିଷମକଟକ/ଗାଁ ମାଟିରେ ଭାରତୀୟ ବାୟୁସେନା ଯବାନ ସି.ଏଚ୍ ନାଗରାଜଙ୍କ ସନ୍ ମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତ ବୁଧବାର ଗୁଜରାଟର ଗାନ୍ଧିଧାମଠାରେ କାର୍ଯ୍ୟରତ ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।ଖବର ପାଇ ତାଙ୍କ ସ୍ତ୍ରୀ ଏବଂ ଭାଇ ଗୁଜରାଟରେ ପହଞ୍ଚିଥିଲେ । ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ନାଗରାଜଙ୍କ ମରଶରୀରକୁ ପ୍ରଥମେ ବିମାନ ଯୋଗେ ବିଶାଖାପାଟଣା ପଠାଯାଇଥିଲା ଓ ସେଠାରୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଅଣାଯାଇଥିଲା। ଶୁକ୍ରବାର ଅପରାହ୍ନରେ ମରଶରୀର ବିଷମ କଟକ ପହଞ୍ଚିଥିଲା । ଶେଷ ଦର୍ଶନ କରିବାକୁ ଶତାଧିକ ଲୋକ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ଜିଲ୍ଲା ସଭାପତି ସୁଧୀର କୁମାର ଦାଶ, ବିଷମକଟକ ଥାନା ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢି, ବ୍ଲକ ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅପର୍ଣ କରି ଶେଷ ଦର୍ଶନ କରିଥିଲେ। ଅନ୍ତିମ ଶୋଭାଯାତ୍ରାରେ ସୁସଜ୍ଜିତ ସ୍ବର୍ଗରଥରେ ମରଶରୀରକୁ ସହର ପରିକ୍ରମା କରି ସ୍ଥାନୀୟ ଶ୍ମଶାନକୁ ନିଆଯାଇଥିଲା। ସାଙ୍ଗ ସାଥୀ, ଗାଁ ଲୋକେ ବାୟୁସେନା ଯବାନ୍ ସି.ଏଚ୍ ନାଗରାଜ ଅମର ରହେ ସ୍ଵରରେ ଶହ ଶହ ଲୋକ ଅନ୍ତିମ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ