।। ଗରମ ଖିରିରେ ପଡ଼ି ଶିଶୁର ମୃତ୍ୟୁ ।।

Jun 1, 2023 - 17:30
 0  134
।। ଗରମ ଖିରିରେ ପଡ଼ି ଶିଶୁର ମୃତ୍ୟୁ ।।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଗ୍ରାମର ଗଙ୍ଗା ଭୋଜି ପାଇଁ ରନ୍ଧାଚାଲିଥିବା ପାୟସ ପାତ୍ରରେ ପଡ଼ି ଜୈନିକ ଶିଶୁ ଗୁରୁତର।ପଡୋଶୀ ରାଜ୍ୟ ଛତିଶଗଡ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ।ଶିଶୁର ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିବା ଜଣାପଡିଛି। ଅନ୍ୟର ଗଙ୍ଗା ଭୋଜି ଶିଶୁଙ୍କ ଜୀବନ ନେଇ ଅଛି। ଗ୍ରାମର ହୁତେଶ କୁମାର ହେର୍ଣ୍ଣା ଙ୍କ ଚାରି ବର୍ଷର ପୁଅ ବିକାଶ ହେର୍ଣ୍ଣା ଭୋଜି ପାଖରେ ଖେଳୁଥିବା ଅବସ୍ଥାରେ ପାୟସ ଖିରୀ ରନ୍ଧା ପାତ୍ରରେ ପଡି ଯାଇଥିଲେ। ଫଳରେ ଶରୀର ର ୯୦ ପ୍ରତିଶତ ପୋଡି ଯାଇଥିବା ବେଲେ ତାକୁ ପଡୋଶୀ ରାଜ୍ୟ ଛତିଶଗଡ କୁ ନେଇଛନ୍ତି ।ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

ନୂଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 2
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ