।। ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ।।

Feb 21, 2024 - 06:35
 0  12
।। ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥ‌ିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ସ୍ତରରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନଙ୍କ ଦ୍ବାରା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ଉପକୃତ ହେଉଥ‌ିବାବେଳେ ବାଲିଗୁଡା ଉପଖଣ୍ଡର ସର୍ବମୋଟ ୧,୩୩,୩୬୮ ପରିବାର ଉପକୃତ ହେବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଖାଦ୍ୟ ସୁରକ୍ଷା ଯୋଜନା ଓ ଜୀବିକା ସହାୟତା ରାଶି ପ୍ରଦାନର ଉଦେଶ୍ୟ ବିଷୟରେ ବୁଝାଇବା ସହିତ ସ୍ବଚ୍ଛ ଭାବେ ଉପଖଣ୍ଡର ସମସ୍ତ ହିତାଧିକାରୀ ଜୀବିକା ସହାୟତା ରାଶି ପ୍ରଦାନ ନିମନ୍ତେ ଇଛା ପ୍ରକାଶ କରିଥିଲେ ଏବଂ ଉପସ୍ଥିତ ଥ‌ିବା ସମସ୍ତ ହିତାକାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ମୁଣା ସହ ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ସ୍ଥାନୀୟ ଯୋଗାଣ ନିରୀକ୍ଷିକା ସ୍ମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ