।। ଖରିଆର ରୋଡ ଏନ.ଏ.ସିରେ ଆବାସ ଯୋଜନା ଏବଂ ମୁକ୍ତା ଯୋଜନା ଅନ୍ତର୍ଭୂକ୍ତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ ଅନୁଷ୍ଠିତ ।।

Nov 6, 2023 - 06:24
 0  35
।। ଖରିଆର ରୋଡ ଏନ.ଏ.ସିରେ ଆବାସ ଯୋଜନା ଏବଂ  ମୁକ୍ତା ଯୋଜନା ଅନ୍ତର୍ଭୂକ୍ତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ ଅନୁଷ୍ଠିତ ।।

ନୂଆପଡା : ଖରିଆର ରୋଡ ଏନ.ଏ.ସି ପରିସରରେ ଆବାସ ଯୋଜନା ଏବଂ ମୁକ୍ତା ଯୋଜନା ଅନ୍ତର୍ଭୂକ୍ତ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ଖରିଆର ରୋଡ ନଗରପାଳ ଡ଼. ସୋନିୟା ଜୈନ, ଉପନଗରପାଳ ବଣ୍ଟି ଡାଗା, ଏନ.ଏ.ସିର କାର୍ଯ୍ୟନିର୍ବlହୀ ଅଧିକାରୀ କମଲାସନ ରଥ, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ନଗର ବିଜେଡି ସଭାପତି ଶେଖର ଜୈନ, ପାର୍ଷଦ ସନ୍ଦୀପ ଶର୍ମା, ପାର୍ଷଦ ମୋହନ ଚେଲକ ମଂଚାସୀନ ଥିଲେ l ବହୁ ଦିନର ପ୍ରତିକ୍ଷ୍lରତ ଓଡିଶା ସରକାରଙ୍କ ଜାଗା ମିଶନ ଅନ୍ତର୍ଗତ 80 ଜଣଙ୍କୁ ପାଟ୍ଟl ବଣ୍ଟନ ହୋଇଥିବାବେଳେ ଆବାସ ଯୋଜନ ପାଇଁ 2 ଲକ୍ଷର କାର୍ଯ୍ୟଦେଶ ବଣ୍ଟନ ଏବଂ ଏସ.ଏସ.ଜି ଗ୍ରୁପ ମହିଳାଙ୍କ ପାଇଁ ମୁକ୍ତl ଯୋଜନା ଅନ୍ତର୍ଗତ ହେବାକୁ ଥିବା 118 ଟି ପ୍ରକଳ୍ପ ପାଇଁ 3 କୋଟିର କାର୍ଯ୍ୟାଦେଶ ବଣ୍ଟନ କରାଜିଥିଲାବେଳେ ଖରିଆର ରୋଡର ସହରର ବିଭିନ୍ନ ୱାର୍ଡରେ ଥିବା ସିସି ରୋଡର କାର୍ଯ୍ୟ ହେବ ତାହା ମନ୍ତ୍ରୀ ଶ୍ରୀ ଢୋଲକିଆ ଉପସ୍ଥିତ କାର୍ଯ୍ୟକ୍ରମରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ସହରରର ମହିଳା ଏବଂ ପୁରୁଷ ଯୋଗଦେଇଥିବେଳେ ଏନ.ଏ.ସିର ସମସ୍ଥ କର୍ମଚାରୀ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ