।। ଖଣ୍ଡୁଆଳରାଜା ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ତରଫରୁ ବାର୍ଷିକ ସାଧାରଣ ସଭା ।।

Sep 29, 2023 - 15:46
 0  54
।। ଖଣ୍ଡୁଆଳରାଜା ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ତରଫରୁ ବାର୍ଷିକ ସାଧାରଣ ସଭା ।।

ମିଶନ ଶକ୍ତି ର ଗୋଷ୍ଠୀ ମହିଳା ମାନଙ୍କୁ ନେଇ ସାଧାରଣ ସଭା ହୋଇଛି l ଏ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ପଞ୍ଚାୟତ ଠାରେ ଖଣ୍ଡୁଆଳ ରାଜା ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ର ବାର୍ଷିକ ସାଧାରଣ ସଭା ହୋଇଯାଇଛି l ଏଥିରେ ଡିରେକଟର ମଇନା ମାଝୀ, କାର୍ଯ୍ୟନିର୍ବାହୀ ଅଧିକାରୀ ମମତା ନାଏକ,ପ୍ରକଳ୍ପ ଅଧିକାରୀ ପ୍ରସନ୍ନ କୁମାର ସିଂ,ଜନସାହାଯ୍ୟ ସମ୍ପାଦିକା ସୀତା ଦେବୀ,କୃଷି ବ୍ୟବସାୟ ଅଧିକାରୀ ରାଜକିଶର ଦଣ୍ଡସେନା, ସରକାରୀ ଅଫିସର ମିଶନ ଶକ୍ତି ଡି. ପି. ସି ଅମୃତ ପାଢ଼ୀ,ବ୍ଲକ ଅଗ୍ରିକଳଚର ଅଫିସର ସିଦ୍ଧାର୍ଥ ଜେନା, ଉଦ୍ୟାନ ବିଭାଗ ର ବନ ଦୁର୍ଗା ସମେତ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳ ତେଇଶିଟି ଗ୍ରୁପ ମହିଳା ମାନେ ଉପସ୍ଥିତ ହୋଇ ଥିଲେ l ଏଠାରେ ମହିଳାମାନଙ୍କୁ ନେଇ ପରିବାର ପ୍ରତିପୋଷଣ ପାଇଁ କିଛି ଅର୍ଥ ସହାୟତା ମିଳିବ ବୋଲି ବିଭିନ୍ନ ଉପାୟରେ ଚାଷ କରି ବ୍ୟବସାୟ କରି ପାରିବେ l ଚାଷ କରିବା ରେ ବିଭିନ୍ନ ପ୍ରକାର ମଜି, ବିହନ ଜଗାଇ ଦେବା ପାଇଁ ଓ ଜମି ରେ ଜଳ ସେଚନ ପାଇଁ କିଛି ଯନ୍ତ୍ର ପାତି ବି ଯୋଗାଇ ଦେବା ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକର୍ମକୁ କମ୍ପାନୀ ର କ୍ଲଷ୍ଟର କର୍ଡ଼ିନେଟର ଓ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ତଥା ଉଦ୍ୟଗ ମିତ୍ରମାନେ ସହଯୋଗ କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ