କ୍ରସରରେ ବେଆଇନ ପଥର ବ୍ଳାଷ୍ଟିଙ୍ଗ, ଜଣେ ଗୁରୁତର

ନୂଆପଡା ଜ଼ିଲ୍ଲା ଲଖନା ଥାନା ବଙ୍ଗାମୁଣ୍ଡା ଗାଁରେ ବେଆଇନ ବ୍ଳାଷ୍ଟିଙ୍ଗ କରୁଥିବା ଅଭିଯୋଗ ହୋଇଛି l ବ୍ଳାଷ୍ଟିଙ୍ଗ ଫାଟି ଜଣେ ବଳଦ ଚରାଳୀ ଗୁରୁତର ଆହତ ହୋଇଛନ୍ତି l ଆହତ ଜଣକ ବଳିସିଂ ବରିହା (16) ଏଥିରେ ନାବାଳକଙ୍କ 4 ଟି ଆଂଗୁଠି କାଟି ଯାଇଛି l ଗତ କାଲି ବଙ୍ଗାମୁଣ୍ଡା ଗାଁ ନିକଟ କ୍ରସରରେ ପଥର ବ୍ଳାଷ୍ଟିଙ୍ଗ ହୋଇଥିଲା l ଏହି କ୍ରସର ପାଖରେ କିଛି ଅଫୁଟା ବାରୂଦ ପଡି ରହିଥିଲାବେଳେ ବଙ୍ଗାମୁଣ୍ଡା ଗାଁର ବଳିସିଂ କ୍ରସର ନିକଟକୁ ବଳଦ ଚରାଇବାକୁ ନେଇଥିଲେ l ସେଠାରେ କିଛି ବାରୂଦ (ବ୍ଳାଷ୍ଟିଙ୍ଗ) ପଡିଥିଲା l ଏହାକୁ ଧରିବା କ୍ଷଣି ବିସ୍ପୋରଣ ହୋଇଥିଲା l ଏଥିରେ ବଳିସିଂଙ୍କ ବାମ ହାତର 3ଟି ଓ ଡାହାଣ ହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ କଟି ଯାଇଥିଲା l ନାବାଳକ ହଳକୁ ଜଙ୍ଗଲରେ ଛାଡି ଦେଇ ଜଣକ ହାତକୁ ଗାମୁଛାରେ ଗୁଡ଼ାଇ ଘରକୁ ଚାଲି ଆସିଥିଲା l ସେଠାରୁ ପରିବାର ଲୋକେ ନାବାଳକକୁ ଗୁରୁତର ଅବସ୍ଥାରେ ଜ଼ିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ ଭର୍ତି କରିଥିଲେ l ଏବେ ଜ଼ିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ ଚକିତ୍ସିତ ହେଉଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି l ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜ଼ିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳବାସୀ ଦାବି କରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ , କୋରାପୁଟ ପ୍ରଥମ ଖବର
What's Your Reaction?






