କୋମନା ବ୍ଲକ ରେ ନୂତନ ଭାବେ ଯୋଗଦାନ କରିଥିବା ଜୁନିଅର ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Nov 21, 2024 - 19:01
 0  39
କୋମନା ବ୍ଲକ ରେ ନୂତନ ଭାବେ ଯୋଗଦାନ କରିଥିବା ଜୁନିଅର ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଶା ସରକାରଙ୍କ ଦ୍ୱାରା ଦ୍ଵାରା ନବ ନିଯୁକ୍ତ ଜୁନିଅର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଭୁକ୍ତ)କୋମନା ବ୍ଲକ ତଫରୁ ମହା ଆଡମ୍ବର ସହିତ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ନବ ନିଯୁକ୍ତ ୩୭ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କୁ କୋମନା ବ୍ଲକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ସୁବଳ ଶ୍ୟାମ ପଣ୍ଡା ସ୍ବାଗତ କରିବା ସଙ୍ଗେ ସଂଘ ସହିତ ଜଡ଼ିତ ରହିଲେ ଚାକିରି କ୍ଷେତ୍ରରେ ଉପୂଜୁ ଥିବା ବିଭିନ୍ନ ସମସ୍ୟା ସମାଧାନ ର ରାସ୍ତା ବାହାରିଥାଏ ବୋଲି ସମସ୍ତଙ୍କୁ ବୁଝାଇଥିଲେ, ତତ୍ ସହିତ ଯଦି ଆପଣମାନଙ୍କ ର କୌଣସି ସମସ୍ୟା ଆସିଲେ ପ୍ରଥମେ ଆପଣମାନଙ୍କ ପାଇଁ ସଂଘ ସ୍ୱର ଉତ୍ତୋଳନ କରିବା ପାଇଁ ପଛ ଘୁଂଚା ଦେବ ନାହିଁ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ହେଲେ ଆପଣ ମାନେ ଅନେକ ପ୍ରକାର ପରୀକ୍ଷା ଦେଇ ଆଜି ଚାକିରି ଟିଏ ପ୍ରାପ୍ତ କରିଛନ୍ତି ତେଣୁ,ନିଜ କର୍ତ୍ତବ୍ୟ ପଥରେ କେବେ ହେଲେ ମଧ୍ୟ ଅବହେଳା କରିବେ ନାହିଁ ବୋଲି ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ।ପୁଣି ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ସହ ଚଲାପଥ ଟି ପୁଷ୍ପିତ ହେଉବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଠିକ ସେହିପରି ଜିଲ୍ଲା ସଂଘ ଉପ ସଭାପତି ଶ୍ରୀଯୁକ୍ତ ଦିବ୍ୟମଣି ଅଗସ୍ତି ଆଗାମୀ ଭବିଷ୍ୟତ ଉଜ୍ଜୁଳ ମୟ କହିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଆପଣମାନଙ୍କ ଠିକା ପ୍ରଥା ଉଚ୍ଛେଦ ପାଇଁ ସଂଘ ଆପଣ ମାନଙ୍କ ସହ ଠିଆ ହେବା ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିବା ସଙ୍ଗେ ସଙ୍ଗେ ୨୦୦୫ ମସିହା ଠାରୁ ହେଉଥିବା ସଂଘର୍ଷର କାହାଣୀ ମଧ୍ୟ ଉପସ୍ଥାପନା କରିଥିଲେ। ସଂଘର ସମ୍ପାଦକ ଶ୍ରୀଯୁକ୍ତ ଭୂପିନ୍ଦ୍ର ଖମାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରୁ କୋଷାଧ୍ୟକ୍ଷ ଶ୍ରୀ ବୀରକିଶୋର ପଣ୍ଡା,ସଭ୍ୟ ବୃଷଭ ରଣା,ପ୍ରସନ୍ନ ପାଣ୍ଡେ,ଜମାଲ ଖାଁ,ଗୌର ରଣା,ଲିଙ୍ଗରାଜ ଜଗତ,ଜୟରାମ ନାୟକ, ହିମଞ୍ଚଲ୍ ପ୍ରଧାନ ପ୍ରଭୁତି ମଞ୍ଚରେ ଉପସ୍ଥିତ ଥାଇ ନବ ନିଯୁକ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ