କାଳ ବୈଶାଖୀ ତାଣ୍ଡବ ରଚିଲା ଘର ଦ୍ବାର ଉଡ଼ାଇ ନେଲା ପବନ ବର୍ଷା

May 22, 2026 - 19:04
 0  63
କାଳ ବୈଶାଖୀ ତାଣ୍ଡବ ରଚିଲା ଘର ଦ୍ବାର ଉଡ଼ାଇ ନେଲା ପବନ ବର୍ଷା

ଦାରିଙ୍ଗବାଡି ୨୨/୦୫/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କାଳବୈଶାଖୀ ବର୍ଷାର ପ୍ରଭାବରେ ଘରଦ୍ୱାର ଭାଙ୍ଗି ଧୂଳିସାତ୍ ହେଇଗଲା ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଅନ୍ତର୍ଗତ ଯୁଆଙ୍ଗିଆ ଗ୍ରାମରେ ହଟାତ୍ କଳା ବଦଳ ସାଙ୍ଗକୁ ପବନ ବର୍ଷା ହୋଇଥିଲା ଝାଟି ମାଟି ବସ ବାସ କରୁଥିବା ଗରିବ ନିରୀହ ଲୋକଙ୍କ ନିଦ ହଜାଇ ଦେଇଛି ଏହି କାଳବୈଶାଖୀ ବର୍ଷା I ଏମାନଙ୍କ ମଧ୍ୟରୁ କେତେକ ଲୋକ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଈଁ ବାରମ୍ଵାର ଲିଖିତ ଅଭିଯୋଗ କରିଥିଲେ ସୁଧା କୌଣସି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି I ଏବେ ଏମାନଙ୍କ ଦୁଃଖ କିଏବା ବୁଝିବ ଗୋଟିଏ ଗାଁ ର ନଅ ଗୋଟି ଘର ଭାଙ୍ଗି ଯାଇଛି ସେମାନେ ହେଉଛନ୍ତି I ସଞ୍ଜୀବ ପ୍ରଧାନ ସୁମନ୍ତ ପ୍ରଧାନ ସତୁବୁଡି ପ୍ରଧାନ ରିଣ୍ଠୁ ପ୍ରଧାନ ଅମିର ପ୍ରଧାନ ସନାତନ ପ୍ରଧାନ ବିଲୁ ପ୍ରଧାନ ପାଉଲ ପ୍ରଧାନ ସୁନୀଲ୍ ପ୍ରଧାନ ଏମାନଙ୍କ ଦୁଃଖ ଦୁରକରିବା ପାଇଁ ଦାରିଙ୍ଗବାଡି ବ୍ଲକ୍ ପ୍ରଶାସନ ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ନେଇ ସରକାରୀ ସହାୟତା ଯୋଗାଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ