କୋଲାବିରା ଅଞ୍ଚଳରେ ଝଡ଼ବର୍ଷରେ ଭାଙ୍ଗିଲା ଶତାଧିକ ଗଛ,ଯାତାୟାତ ବାଧାପ୍ରାପ୍ତ, ବିଦ୍ୟୁତ୍ ବିଭ୍ରାଟ
କୋଲାବିରା, ୧୪।୫(ଫାଷ୍ଟ ନ୍ୟୁଜ ଓଡିଶା): ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଧରି ପବନ ସହ ବ୍ୟାପକ ଝଡ଼ବର୍ଷା ହୋଇଛି। ସନ୍ଧ୍ୟା ସାଢ଼େ ୬ ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ବହୁ ଜୋର୍ରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି । ପବନ ଓ ବର୍ଷା ଯୋଗୁଁ ରାସ୍ତା ଦେଖା ନ ଯିବାରୁ ରାସ୍ତାରେ ଦୁଇ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପବନ ଯୋଗୁଁ ଅଞ୍ଚଳରେ ଶହ ଶହ ଗଛ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ ୪୯ ର ସିରିଆପାଲି, ବୁଚାମୁଣ୍ଡା, ପତ୍ରାପାଲି, ରଘୁନାଥପାଲି, କୋଲାବିରା, ବଡ଼ବାହାଲ, କୁଣ୍ଡୁରୁସିଂହା, ପୋଖରାସାହୁ, ମାଳିଡିହି ଆଦି ଗ୍ରାମରେ ରାସ୍ତା ଉପରେ ଗଛ ପଡିଥିବାରୁ ଝାରସୁଗୁଡ଼ା-କୁଚିଣ୍ଡା ମଧ୍ଯରେ ଚାରି ଚକିଆ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାସହ କୋଲାବିରା ଅତିରିକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ ଗଛ ଭାଙ୍ଗିଯାଇଥିବାରୁ କୋଲାବିରା ଓ ସମାସିଂହା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହାସହ ଗ୍ରାମାଞ୍ଚଳର ଅନେକ ରାସ୍ତାରେ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ବନ ବିଭାଗ, ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଵେଚ୍ଛାସେବୀଙ୍କ ପକ୍ଷରୁ ରାସ୍ତାରୁ ଗଛ ହଗଯାଇ ଯାତାୟାତ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି । ଝଡ଼ ବର୍ଷା କାରଣରୁ ସମଗ୍ର କୋଲାବିରା ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଛି । ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଥିବା ଅଭିଯୋଗ ହୋଇଛି।
କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0