ବାଇକ ଧକ୍କାରେ ଗାଈମୁତ
କୋଲାବିରା, ୬ ।୫(ଫାଷ୍ଟ ନ୍ୟୁଜ ଓଡିଶା):କୋଲାବିରା ପଟକୁ ଆସୁଥିବା ଏକ ବାଇକ ଧକ୍କାରେ ରଘୁନାଥପାଲି ଛକ ଠାରେ ସଂଧ୍ୟା ୭ଟା ସମୟରେ ଏକ ଗାଈର ମୃତ୍ୟୁ ହୋଇଛି । ନିଶାସକ୍ତ ଅବସ୍ଥାରେ କିର୍ମିରା ଖଡିଆପଡାର ବିବେକ ଖଡିଆ ନିଜର କେଟିଏମ ବାଇକ ନେଇ କୋଲାବିରା ପଟକୁ ଆସୁଥିବା ସମୟରେ ଗାଈକୁ ଧକ୍କା ଦେଇଥିଲା । ଗାଈର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସେ ବାଇକରୁ ଦୁରକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକ ବିବେକ କୁ କାବୁ କରି ଥାନାକୁ ସୁଚନା ଦେଇଥିଲେ । କୋଲାବିରା ପୁଲିସ ଘଟଣାସ୍ଥଳକୁ ପହଂଚି ବାଇକ କୁ ଜବତ କରିବା ସହ ଦୁର୍ଘଟଣା ଘଟେଇଥିବା ବିବେକ କୁ ଅଟକ ରଖୁଥିଲା । ବାଇକରୁ ଛିଟିକି ପଡିବା ସତ୍ବରେ ବିବେକ କୌଣସି ପ୍ରକାର ଆହତ ହୋଇଥିବା ଦେଖାଯାଇନଥିଲା । ମାଟ୍ର କିଛି ସମୟ ପରେ ଛାତିରେ ଭିଷଣ ଯନ୍ତ୍ରଣା ହେଉଥିବା କହିବାରୁ ପୁଲିସ ପକ୍ଷରୁ ଚିକିତ୍ସାପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ନିଶାସକ୍ତ ଅବସ୍ଥା ଓ ଦୃତଗତୀ ଏହି ଦୁର୍ଘଟଣାର କାରଣ ବୋଲି ଉପସ୍ଥିତ ଲୋକେ କହିଛନ୍ତି ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
3
Dislike
0
Love
0
Funny
0
Angry
0
Sad
1
Wow
0