କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Mar 9, 2026 - 22:29
 0  3
କାଲିମେଳା ବ୍ଲକ  ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି, ୯/୩/୨୬: ଆଜି କାଲିମେଳା ବ୍ଲକ ଅଧିନସ୍ତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ 'ଯୁଗ୍ମ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନ ଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍,ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଓ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେI Iଶିବିରରେ ସମୁଦାୟ ୫୨ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା । ତନ୍ମଧ୍ୟରୁ ୧୦ ଟି ବ୍ୟକ୍ତିଗତ ଓ ୪୨ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ, ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ