।। କମାର ଜାତିକୁ ଆଦିବାସୀ ମାନ୍ୟତା ଦାବି ।।

Aug 21, 2023 - 15:35
 0  30
।। କମାର ଜାତିକୁ ଆଦିବାସୀ ମାନ୍ୟତା ଦାବି  ।।

ନୂଆପଡା ଜ଼ିଲ୍ଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଭରୁଆମୁଣ୍ଡl ପଞ୍ଚାୟତ କଟିଙ୍ଗପାଣି ଗାଁଠାରେ କମାର ସମାଜର ମହାମେଳି ରବିବାର ଅନୁଷ୍ଠିତ ହୋଇଯାଇଛି l ଘଞ୍ଚ ଜଙ୍ଗଲ ମଧ୍ୟରେ ବାସ କରି ବାଉଁଶରେ ବିଭିନ୍ନ ଘର କରଣ ସାମଗ୍ରୀ ତିଆରି କରି ପରିବାର ପ୍ରତି ପୋଷଣ କରି ଚାଲି ଆସୁଥିବା ବନବାସୀଙ୍କୁ ସରକାର ଉପେକ୍ଷ୍l କରି ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରୁଛନ୍ତି l ହକ ଦାବି ପାଇଁ ସରକାରଙ୍କ ସହ ଲଡେଇ କରିବା ହେବ l ଆଗାମୀ ନିର୍ବାଚନ ମଧ୍ୟରେ କମାର ଜାତିକୁ ଆଦିବାସୀ ମାନ୍ୟତା ଦିଆ ନ ଗଲେ, ସମସ୍ତ କମାର ଜାତି ଭୋଟ ବର୍ଜନ କରିବୁ ବୋଲି କମାର ମହାମେଳିରେ ନିଷ୍ପତି ନିଆଯାଇଛି l କମାର ସମାଜ ଜ଼ିଲ୍ଲା ସଭାପତି ଲାଇସିଂ କମାରଙ୍କ ଅଧ୍ୟକ୍ଷ୍ୟତାରେ ଛତିଶଗଡ ଗରିଆବନ୍ଧ ଜ଼ିଲ୍ଲା କମାର ସମାଜ ମହାସଚିବ ରୁପସିଂ କମାର ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଛତିଶଗଡର ଶିକ୍ଷାବିତ ଦେଶରାମ କମାର, ସର୍କଲ ସଚିବ ଝୁଂକୁ କମାର, ଭରୁଆମୁଣ୍ଡା ପଞ୍ଚଯାତ ପୂର୍ବତନ ସରପଞ୍ଚ ବନିତା ଧରୁଆ, ଚୁଲାଭାଟ ପୂର୍ବତନ ସରପଞ୍ଚ ତୀରତ ମାଝୀ, ତାରାବତି ମାଝୀ, କମଲ ସିଂ କମାର, ତିଲୁ କମାର, ନେହେରୁ କମାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଜ଼ିଲ୍ଲା ଆଦିବାସୀ ନେତା ଘାସିରାମ ମାଝୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଆଦୀବାସିମାନଙ୍କ ଚାଲି ଚଳଣି ଓ ପରମ୍ପରା ଉପରେ ଆଲୋକପାତ କରିବା ସହ କମାର ମାନଙ୍କୁ ଆଦିବାସୀ ମାନ୍ୟତା ଦାବିରେ ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ l କମାର ସମ୍ପ୍ରଦାୟ ଲୋକେ ଗାଁ କିମ୍ବା ସହର ଭିତରେ ରହି ଜଙ୍ଗଲିଆ ପାହାଡ଼ ଅଞ୍ଚଳରେ ବସବାସ କରି ବାଉଁଶରେ ଘର କରଣ ସାମଗ୍ରୀ ତିଆରି କରିବା ସହ ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି l ସେମାନେ ପ୍ରକୃତରେ ବନବାସୀ ବଣ ହିଁ ତାଙ୍କ ଘର ଓ ଗାଁ l ଖରା, ବର୍ଷା ହଉ ବା ଶୀତ ସବୁଦିନ ପାଇଁ ବଣରେ ବସବାସ କରିଥାନ୍ତି l ବଣରେ ରହି ମଧ୍ୟ କମାର ଜାତି ଆଜି ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ପାଇ ନାହାନ୍ତି l ପଡୋଶୀ ଛତିଶଗଡ କମାରମାନେ ଆଦିବାସୀ ସଂପ୍ରଦାୟରେ ଅନ୍ତ୍ରର୍ଭୁକ୍ତ ହୋଇଥିବାରୁ ସରକାରଙ୍କ ସବୁ ସୁବିଧା ପାଉଛନ୍ତି l କିନ୍ତୁ ଓଡ଼ିଶାରେ କମାର ମାନଙ୍କୁ ରାଜ୍ୟ ସରକାର ଓବିଶିରେ ରଖିଥିବାରୁ କୌଣସି ସୁବିଧା ପାଇ ପାରୁନାହାନ୍ତି l କମାର ଜାତି ଛତିଶଗଡରେ ଆଦିବାସୀ ସମ୍ପ୍ରଦାୟର ଥିବାବେଳେ ଓଡିଶାକୁ ବାହାହୋଇ ଆସିଲେ ଓବିଶିରେ ଗଣତି ହୁଅନ୍ତି ଓ ଓଡ଼ିଶାରେ ଝିଅ ଛତିଶଗଡକୁ ବାହା ହୋଇ ଗଲେ ଆଦିବାସୀ ମାନ୍ୟତା ପାଇ ଆଦିବାସୀଙ୍କ ସବୁ ସୁବିଧା ପାଇଥାନ୍ତି l ଭାରତ ବର୍ଷରେ ସମସ୍ଥ କମାର ଗୋଟିଏ ଭାଇ ଛତିଶଗଡର କେମିତି ଆଦିବାସୀ ହେଲା ଓଡ଼ିଶାରେ କେମିତି ହୋଇପାରୁ ନାହିଁ l କମାର ଜାତିକୁ ଆଦିବାସୀ ମାନ୍ୟତା ପାଇଁ ଜ଼ିଲ୍ଲା ସ୍ଥରରୁ ରାଜଧାନୀ ପର୍ଯ୍ୟନ୍ତ ଯାଇ ଲଡେଇ କରିବୁ l ଜ଼ିଲ୍ଲା କମାର ସମାଜ ସଚିବ ରତିରାମ କମାର ମଞ୍ଚ ପରିଚାଳନା କରିଥିଲେ l ମହାମେଳିରେ ନୂଆପଡା ଜ଼ିଲ୍ଲା ସମେତ ନବରଙ୍ଗପୁର ଓ ଛତିଶଗଡର କମାରମାନେ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ