।। କଂଗ୍ରେସ ସରକାରକୁ ଆସିଲେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ପରିବାର ଉପକୃତ ହେବେ: କଂଗ୍ରେସ ।।

Mar 19, 2024 - 16:24
 0  79
।। କଂଗ୍ରେସ ସରକାରକୁ ଆସିଲେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ପରିବାର ଉପକୃତ ହେବେ: କଂଗ୍ରେସ ।।

ଥୁଆମୂଳ ରାମପୁର: ତା ୧୯I୦୩I୨୦୨୪ କଂଗ୍ରେସ ୧୦ ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖକୁ ଯିବ। ଏବଂ କଂଗ୍ରେସ ସରକାରକୁ ଆସିଲେ ଏହି ୧୦ ଗ୍ୟାରେଣ୍ଟିରେ କଳାହାଣ୍ଡିର ପ୍ରତ୍ୟେକ ପରିବାର ଉପକୃତ ହେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ମୁରଲୀଧର ନାଏକ ପ୍ରକାଶ କରିଛନ୍ତି। ଶ୍ରୀ ନାଏକ କହିଛନ୍ତି ଚାଷୀଙ୍କ ବୋନସ୍ ସହ ଧାନର ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩୦୦୦ ଟଙ୍କା, ପେନସନ୍ ମାସିକ ୨୦୦୦ ଟଙ୍କା, କୃଷିଋଣ ଛାଡ଼, ପ୍ରତି ପରିବାରକୁ ୨୦୦ ୟୁନିଟ୍ ବିଜୁଳି ଫ୍ରି, ଯୁବକ ଯୁବତୀଙ୍କୁ ନିଯୁକ୍ତି, ସ୍ଵୟଂ ସହାୟକ ଗୋଷ୍ଠୀର ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ଘରର ମୁଖ୍ୟ (ମହିଳା) ଙ୍କୁ ମାସିକ ୨୦୦୦ ଟଙ୍କା ଟଙ୍କା, ପ୍ରତି ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର୍, ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ଜାତି ଜନଗଣନା, ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ଏବଂ ଚିଟଫଣ୍ଡ ଟଙ୍କା ଫେରସ୍ତ ଦ୍ଵାରା କଳାହାଣ୍ଡିର ପ୍ରତ୍ୟେକ ପରିବାର ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବେ। ଏହି ସାମ୍ୱାଦିକ ସମ୍ମିଳନୀରେ ଆଦିବାସୀ ନେତା ଶ୍ରୀ ଗୁଞ୍ଜେନ ମାଝୀ କହିଛନ୍ତି, କଂଗ୍ରେସ ହଁ ଆଦିବାସୀଙ୍କ କଥା ଚିନ୍ତା କରିଛି। କଂଗ୍ରେସ ଆଦିବାସୀଙ୍କ ପାଇଁ ଆଇନ୍ ଆଣିବା ସହ ତାଙ୍କୁ ହକ ଓ ନ୍ୟାୟ ଦେଇଛି। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଆଜି କଳାହାଣ୍ଡି ତଥା ଦେଶରେ ଆଦିବାସୀଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବହୁ ମାତ୍ରରେ ବଢ଼ି ଚାଲିଛି। ଏବଂ ଆଦିବାସୀ ବିରୋଧୀ ବିଜେପି ସରକାରକୁ ସମର୍ଥନ କରୁଥିବା ଓଡ଼ିଶାର ବିଜେଡ଼ି ସରକାର ମଧ୍ୟ ସମ ପରିମାଣରେ ଦାୟୀ। ଏହାର ଉଚିତ ଜବାବ୍ ଆଦିବାସୀମାନେ ଦେବେ ବୋଲି ସେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ମୁରଲୀଧର ନାଏକ, ଆଦିବାସୀ ନେତା ଗୁଞ୍ଜେନ ମାଝୀ, ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନର ବ୍ଲକ୍ ସଂଯୋଜକ ପରମେଶ୍ବର ନାଏକ ଏବଂ ଯୁବ କଂଗ୍ରେସର ରାମସିଂ ମାଝୀ ଉପସ୍ଥିତ ଥିଲେ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ